ଭୋଟ୍‌ ଦେଇ ସାରି କ୍ୟାମେରାରେ କାଳି ଲଗା ଆଙ୍ଗୁଠି ଦେଖାଇ ପୋଜ୍‌ ଦେଲେ ଏହି ସବୁ ସୁପର୍‌ଷ୍ଟାର୍‌

ନୂଆଦିଲ୍ଲୀ: ଭୋଟ୍‌ ଦେଇ ସ‌ାରିଲେଣି ତାମିଲ୍‌ ସିନେ ଶିଳ୍ପରେ ୪ ଜଣ ସୁପର୍‌ଷ୍ଟାର୍‌ ରଜନୀକାନ୍ତ, କମଲ ହସନ, ଧନୁଷ ଓ ବିଜୟ ସେଥୁପତି। ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହସନ ଏପ୍ରିଲ ୧୯ ତାରିଖ (ଆଜି) ଚେନ୍ନାଇର ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି। ସେହିପରି ଅଭିନେତା ବିଜୟ ସେଥୁପତିଙ୍କର ଚେନ୍ନାଇର ଏକ ହାଇସ୍କୁଲରେ ଭୋଟ୍ ଦେଇଥିବା ବେଳର ଫଟୋ ଭାଇରାଲ୍‌ ହୋଇଛି। ଟିଟିକେ ରୋଡ୍‌ର ସେଣ୍ଟ୍‌ ପ୍ରାନ୍‌ସିସ୍‌ ଜାଭିୟର୍‌ ସ୍କୁଲ୍‌ରେ ମତ ଦେଇଛନ୍ତି ରଜନୀକାନ୍ତଙ୍କ ଜ୍ବାଇଁ ତଥା ଅଭିନେତା ଧନୁଷ। ସକାଳ ପ୍ରାୟ ୮ ଟାରେ ଧନୁଷ ଭୋଟ୍‌ ଦେବାକୁ ବୁଥ୍‌ରେ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ଏପ୍ରିଲ ୧୯ ତାରିଖରେ ଆରମ୍ଭ ହୋଇଯାଇଛି। ଭୋଟ୍‌ ଦେବାକୁ ଗଲାବେଳେ ରଜନୀକାନ୍ତ ତାଙ୍କ ଟିମ୍‌ ସହ ଥିଲେ। ସେଠାରେ ସେ ସମସ୍ତଙ୍କୁ ଅଭିବାଦନ ଜଣାଇଲେ। ଭୋଟ୍‌ ଦେଇ ଫେରିବା ପରେ ଫଟୋ ଓ ଭିଡିଓଗ୍ରାଫରମାନଙ୍କ ପାଇଁ ସେ କାଳି ଲାଗିଥିବା ତାଙ୍କୁ ଆଙ୍ଗୁଠିକୁ ଦେଖାଇଥିଲେ।

ସୁପରଷ୍ଟାର ରଜନୀକାନ୍ତ ବୁଥରେ ପହଞ୍ଚି ଭୋଟ୍ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ମତଦାନ ବୁଥରୁ ବାହାରିବା ବେଳେ ତାଙ୍କୁ ପ୍ରଶଂସକମାନେ ଘେରି ଯାଇଥିଲେ। ସେ ସମସ୍ତଙ୍କ ଉତ୍ତମ ବ୍ୟବହାର ଦେଖାଇଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସେହିପରି ଅଭିନେତା ତଥା ମକ୍କଲ ନିଧି ମୟମର ସଭାପତି କମଲ ହାସନ ମଧ୍ୟ ଭୋଟ୍ ଦେବା ପାଇଁ ତାଙ୍କ ମତଦାନ ବୁଥରେ ପହଞ୍ଚିଥିଲେ। ତେବେ ଏହି ୪ ଲୋକପ୍ରିୟ ତାରକାଙ୍କ ବ୍ୟତୀତ ଅଭିନେତା ଅଜିତ କୁମାର, ସିଭାକର୍ତ୍ତିକେୟାନ୍, ଗୌତମ କାର୍ତ୍ତିକ, ନିର୍ଦ୍ଦେଶକ ସୁନ୍ଦର ସି, ଭେଟ୍ରି ମାରନ୍,  ଶଶୀକୁମାର ଏବଂ ଅନ୍ୟମାନେ ଭୋଟ୍‌ ଦେବାକୁ ବୁଥ୍‌ ନିକଟରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର