ସବୁଠାରୁ ଧନୀ ନକୁଲ ନାଥ; ୭୧୬ କୋଟି ଟଙ୍କାର ମାଲିକ, ଗରିବ ପ୍ରାର୍ଥୀଙ୍କ ନିକଟରେ ଅଛି ୩୨୦ ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ କେତେ ଜାଣିଛନ୍ତି କି? ପ୍ରଥମ ପର୍ଯ୍ୟାୟ ଭୋଟର୍‌ ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ୭୧୬ କୋଟି ଟଙ୍କା। ତେବେ ଏହି ପର୍ଯ୍ୟାୟର ସବୁଠାରୁ ଗରିବ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ହେଉଛି ୩୨୦ ଟଙ୍କା।

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍  ୧,୬୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧,୬୧୮ ଜଣଙ୍କ ବିଶ୍ଳେଷଣ କରିଛି ଏବଂ ସେମାନଙ୍କ ମଧ୍ୟରୁ ୧୦ ଜଣ ସେମାନଙ୍କ ସମ୍ପତ୍ତିକୁ ଶୂନ ବୋଲି ଘୋଷଣା କରିଛନ୍ତି। ବିଶ୍ଳେଷଣରୁ ଜଣାପଡିଛି ଯେ ୪୫୦ ଜଣ ପ୍ରାର୍ଥୀ, କିମ୍ବା ସମୁଦାୟର ପ୍ରାର୍ଥୀଙ୍କର ମୋଟ ୨୮ ପ୍ରତିଶତ ହେଉଛନ୍ତି କୋଟିପତି ଏବଂ ସେମାନଙ୍କର ସମ୍ପତ୍ତି ୧ କୋଟିରୁ ଅଧିକ।

ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ମଧ୍ୟପ୍ରଦେଶର ଚିନ୍ଦୱାରର କଂଗ୍ରେସର ସାଂସଦ ନାକୁଲ ନାଥ, ଯିଏ ୭୧୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ ୨୦୧୯ ଲୋକସଭା ନିର୍ବାଚନରେ ​​ରାଜ୍ୟରେ ତାଙ୍କ ଦଳରୁ ଏକମାତ୍ର, ଯିଏକି ନିର୍ବାଚନ ଜିତିଥିଲେ।

କଂଗ୍ରେସ ନେତାଙ୍କ ପରେ ଏଆଇଏଡି‌ଏମ୍‌କେର ଅଶୋକ କୁମାର ହେଉଛନ୍ତି ଦ୍ବିତୀୟ ଧନୀ। ତାଙ୍କ ସଂପତ୍ତିର ମୂଲ୍ୟ ୬୬୨ କୋଟି ଟଙ୍କା। ସେ  ତାମିଲନାଡୁର ଏରୋଡରୁ ନିର୍ବାଚନ ଲଢୁଛନ୍ତି।  ତୃତୀୟ ଧନୀ ପ୍ରାର୍ଥୀ ହେଉଛନ୍ତି ବିଜେପିର ଧବନାଥନ ଯାଦବ। ଯାହାଙ୍କ ସମ୍ପତ୍ତି ୪୦୩ କୋଟି ଟଙ୍କାର। ଯାଦବ ତାମିଲନାଡୁର ସିବଗଙ୍ଗା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି।

ଉତ୍ତରପ୍ରଦେଶର ତେହେରୀ ଗରହୱାଲରୁ ନିର୍ବାଚନ ଲଢୁଥିବା ବିଜେପିର ମାଲା ରାଜ୍ୟ ଲକ୍ଷ୍ମୀ ଶାହା ଚତୁର୍ଥ ସ୍ଥାନରେ ଅଛନ୍ତି। ଯାହାଙ୍କ ସଂପତ୍ତିର ମୂଲ୍ୟ ୬୨୦୬ କୋଟି ଟଙ୍କା। ଉତ୍ତରପ୍ରଦେଶର ସାହାରନପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଏସପିର ମାଜିଦ୍ ଅଲିଙ୍କ ନିକଟରେ ୧୫୯ କୋଟି ଟଙ୍କାର ସଂପତ୍ତି ରହିଛି। ଏମାନଙ୍କୁ ଛାଡ଼ିଦେଲେ ୨ ପ୍ରାର୍ଥୀ ସେମାନଙ୍କ ସଂପତ୍ତି ୩୨୦ ଓ ୫୦୦ ଟଙ୍କା ବୋଲି ମଧ୍ୟ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର