ୟୁକ୍ରେନ ଯୁଦ୍ଧ ଯୋଗୁଁ ଏସ-୪୦୦ ଯୋଗାଣ ସଂପୂର୍ଣ୍ଣ ହେବାକୁ ବିଳମ୍ବ ହୋଇପାରେ

ନୂଆଦିଲ୍ଲୀ : ଶୁକ୍ରବାରଦିନ ଖବର ଆସିଥିଲା ଯେ ରୁଷ ପକ୍ଷରୁ ୨ୟ ରେଜିମେଣ୍ଟ ଏସ-୪୦୦ର କେତେକ ଯ଼ନ୍ତ୍ରାଂଶ ଯୋଗାଣ ଆରମ୍ଭ ହୋଇଛି ଓ ଚଳିତ ମାସ ଶେଷସୁଦ୍ଧା ଯୋଗାଣ ସଂପୂର୍ଣ୍ଣ ହୋଇପାରେ । ଗତକାଲି ଏସ-୪୦୦ର ଷ୍ଟିମୁଲେଟର ଓ ତାଲିମ ଉପକରଣ ଭାରତରେ ପହଞ୍ଚିଥିଲା ।

କିନ୍ତୁ ଆଜି ଆସିଥିବା ସୂଚନା ଅନୁସାରେ ଏହି ଯୋଗାଣ ସଂପୂର୍ଣ୍ଣ ହେବାକୁ ବିଳମ୍ବ ହୋଇପାରେ । ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହି ଯୋଗାଣ ବିଳମ୍ବିତ ହୋଇପାରେ ବୋଲି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରକୁ ଉଦ୍ଧାର କରି ଟାଇମ୍ସ ଅଫ ଇଣ୍ଡିଆ କହିଛି । ମେ ମାସରେ ଏଗୁଡିକର ଯୋଗାଣ ହେବାର ସମ୍ଭାବନା ରହିଛି । ତେବେ ଯୁଦ୍ଧ ଲାଗି ରହିଲେ ଯୋଗାଣ ଆହୁରି ବିଳମ୍ବ ହୋଇପାରେ ।

ସୂଚନାଯୋଗ୍ୟ ଯେ, ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବାର ଥିଲା । ଏହା ଅନୁଯାୟୀ ଭାରତ ୨୦୧୯ରେ ପ୍ରଥମ କିସ୍ତି ଆକାରରେ ୮୦୦ ନିୟୁତ ଡଲାର ପ୍ରଦାନ କରିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ ଡିସେମ୍ବରରେ ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା । ନିକଟରେ ଏହାର ମୁତୟନ କାମ ସଂପୂର୍ଣ୍ଣ ହୋଇଛି ।

ସମ୍ବନ୍ଧିତ ଖବର