ରାତି ପାହିଲେ ଖୋଲିବ ସାବରିମାଳା ମନ୍ଦିର ଦ୍ୱାର: ମହିଳା ସାମ୍ବାଦିକଙ୍କୁ ବି ନ ଆସିବାକୁ ସୂଚୀତ କଲେ ବିକ୍ଷୋଭକାରୀ

କୋଟାୟମ୍‌: କେରଳର ସାବରିମାଳା ମନ୍ଦିର ଭିତରକୁ ସବୁ ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୨୮ ତାରିଖରେ ରାୟ ଦେବା ପରେ ଏହି ମନ୍ଦିରଟି ଦ୍ୱିତୀୟ ଥର ପାଇଁ ସୋମବାର ଖୋଲିବାକୁ ଯାଉଛି। ଯଦିଓ ଏହି ମନ୍ଦିର ଖୋଲାଯିବା ପୂର୍ବରୁ ଅନେକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି, ତଥାପି ମଧ୍ୟ ଅନେକ ହିନ୍ଦୁ ମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ଦିର ଭିତରକୁ ମହିଳାମାନଙ୍କୁ ପୂରାଇ ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଏପରିକି ମହିଳା ସାମ୍ବାଦିକମାନେ ବି ସୋମବାର ମନ୍ଦିର ଭିତରେ ପଶି ରିପୋର୍ଟିଂ କରିପାରିବେ ନାହିଁ ବୋଲି କେତେକ ହିନ୍ଦୁ ପୂର୍ବ ଦିନରୁ ସୂଚୀତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆୟାପ୍ପାଙ୍କ ଏହି ମନ୍ଦିର ଭିତରକୁ ମହିଳାମାନେ ସେମାନଙ୍କ ମାସିକଧର୍ମ ବୟସ ଅର୍ଥାତ, ୧୦ରୁ ୫୦ ବର୍ଷ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ ବୋଲି କେତେକ ହିନ୍ଦୁ ଧର୍ମୀ ବିରୋଧ କରିଥିଲେ। ମାତ୍ର ଏହି ବିରୋଧକୁ ଅସଙ୍ଗତ କହି ସେପ୍ଟେମ୍ବର ୨୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ମହିଳାଙ୍କର ମନ୍ଦିର ଭିତରକୁ ପ୍ରବେଶ କରିବାର ଅଧିକାର ରହିଛି ବୋଲି ରାୟ ପ୍ରକାଶ କରିଥିଲେ। ସୁପ୍ରିମ୍‌କୋଟଙ୍କ ରାୟ ପରେ ପ୍ରଥମ ଥର ପାଇଁ ଅକ୍ଟୋବର ୧୭ରୁ ୨୨ ମଧ୍ୟରେ ସାବରିମାଳା ମନ୍ଦିର ଦ୍ୱାରା ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା। ମାତ୍ର ସେବେ ବି କୌଣସି ମହିଳାଙ୍କୁ ଭିତରକୁ ପଶାଇ ଦେଇନଥିଲେ ବିକ୍ଷୋଭକାରୀ।

ସମ୍ବନ୍ଧିତ ଖବର