ସୋନାକ୍ଷୀଙ୍କ ପାଇଁ ଘର ଜ୍ବାଇଁ ଖୋଜୁଥିଲେ ବାପା ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ପ୍ରେମିକ ଜହିର ଇକବାଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ର ଏହି ଲଭ୍‌-ବାର୍ଡସ ଜୁନ୍‌ ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ସୋନାକ୍ଷୀ ସିହ୍ନା ଓ ପ୍ରେମିକ ଜହିର ଇକବାଲଙ୍କ ବିବାହ ଚର୍ଚ୍ଚା ମଧ୍ୟରେ ସୋନାକ୍ଷୀଙ୍କର ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ସେ କହୁଥିବାର ନଜର ଆସୁଛନ୍ତି କି ତାଙ୍କ ବାପା ତାଙ୍କ ପାଇଁ ଘର ଜ୍ବାଇଁ ‌ଖୋଜୁଥିଲେ।

ସେ କହିଛନ୍ତି କି ତାଙ୍କ ବାପା ଚାହୁଁନଥିଲେ କି ସେ କେବେ ଶଶୁରଘର ଯାଆନ୍ତୁ ବୋଲି। ସେହି ସାକ୍ଷାତ୍‌କାରରେ ସୋନାକ୍ଷୀଙ୍କ ମାଆ ପୁନମ ଶତ୍ରୁଘ୍ନଙ୍କୁ ଜଣେ ରକ୍ଷଣୀଳ ବାପା ବୋଲି କହିଥିଲେ।

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଗକୁ ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଥିଲା ଯେ ସୋନାକ୍ଷୀଙ୍କ ବାହାଘରରେ ଖୁସିନାହାନ୍ତି ତାଙ୍କ ପରିବାର ଲୋକ। ଏପରିକି ତାଙ୍କ ବିବାହ ଉତ୍ସବରେ ପରିବାର ଲୋକ ଉପସ୍ଥିତ ରହିବେ କି ନାହିଁ ସନ୍ଦେହ। ହେଲେ ଅଭିନେତ୍ରୀଙ୍କର ଏକ ପୋଷ୍ଟ ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକେଇଛି।

ସୋନାକ୍ଷୀ ଏକ ପୋଷ୍ଟରେ ବାପା ଶତ୍ରୁଘ୍ନଙ୍କର ଏକ ଫଟୋ ସେୟାର କରି ତାଙ୍କୁ ନମ୍ବର ୧ ବାପା ବୋଲି ସମ୍ବୋଧନ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ବାପାଝିଅଙ୍କ ମଧ୍ୟରେ ସେପରି କିଛି ବିବାଦ ନାହିଁ।

ଉଲ୍ଲେଯୋଗ୍ୟ, ସୋନାକ୍ଷୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ଜହିର ଇକବାଲଙ୍କୁ ମେ ୨୩ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ଏହାକୁ ଉଭୟ ସୋନା ଓ ଇକବାଲ୍ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛନ୍ତି। ସେମାନେ ସେମାନଙ୍କ ବାହାଘରକୁ ନାଲି ପୋଷକ ପିନ୍ଧି ଯିବାକୁ ମନା କରିଛନ୍ତି। ସେମାନେ ମାଗାଜିନ୍ ଡିଜାଇନର ଏକ କାର୍ଡ କରି ସେଥିରେ ” ଗୁଜବ ସତ ହେଲା” ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର