ୱାଟର ପାର୍କରେ ଗୁଳିକାଣ୍ଡ: ଦୁଇ ଶିଶୁଙ୍କ ସମେତ ୮ ଆହତ, ଆକ୍ରମଣକାରୀଙ୍କୁ ଗୁଳି କଲା ପୁଲିସ୍

ୱାଶିଂଟନ: ଆମେରିକାରେ ଗୁଳିକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ମିସିଗାନର ଏକ ୱାଟର ପାର୍କରେ ଗୁଳି ଚଳାଇ ଥିଲେ। ଏହି ଘଟଣାରେ ଦୁଇ ଶିଶୁଙ୍କ ସମେତ ଆଠ ଜଣ ଆହତ ହୋଇଥିଲେ। ଗୁଳିକାଣ୍ଡ ପରେ ସୁଟର ପୋଲିସ ଘେରାବନ୍ଦୀ କରିଥିବା ଏକ ଘରେ ଲୁଚି ରହିଥିଲା। ଓକଲ୍ୟାଣ୍ଡ କାଉଣ୍ଟି ଶେରିଫ ମାଇକେଲ ବୁଚାର୍ଡ ଏହି ସୂଚନା ଦେଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ନିଆଯାଇଥିଲା।

ତେବେ ପରେ ଆକ୍ରମଣକାରୀଙ୍କ ମୃତଦେହ ମିଳିଥିଲା। ପୁଲିସ୍ ଆକ୍ରମଣକାରୀଙ୍କୁ ଗୁଳି କରିଥିଲା। ତେବେ ଆକ୍ରମଣକାରୀ ନିଜକୁ ଗୁଳି କରିଥିବା କୁହାଯାଉଛି। ପୋଲିସ ବିଭାଗ ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରି ଗୁଳି ବିନିମୟରେ ଅନେକ ଲୋକ ଆହତ ହୋଇଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତି ସ୍ପ୍ଲାସ ପ୍ୟାଡ ନିକଟକୁ ଯାଇ ୨୮ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଇଥିଲା।

ତେବେ ଏହି ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିନା କାରଣରେ ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି। ରୋଚେଷ୍ଟର ହିଲ୍ସ ମେୟର ବ୍ରାଏନ ବର୍ନେଟ କହିଛନ୍ତି ଆକ୍ରମଣ ଘଟିଥିବା ସ୍ଥାନକୁ ପୋଲିସ ସୁରକ୍ଷିତ କରିଛି।

ରୋଚେଷ୍ଟର ହିଲ୍ସ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସୁଚନଯୋଗ୍ୟ, ୨୦୨୪ ମସିହାରେ ଏପର୍ଯ୍ୟନ୍ତ ଆମେରିକାରେ ୨୧୫ ରୁ ଅଧିକ ଗୁଳିକାଣ୍ଡ ଘଟଣା ଘଟିଛି।

ସମ୍ବନ୍ଧିତ ଖବର