ଜୁଲାଇ ୧ରୁ ସିମକାର୍ଡ ସମ୍ବନ୍ଧୀୟ ଏହି ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଜୁଲାଇ ୧ରୁ ସିମ କାର୍ଡ ସମ୍ବନ୍ଧୀୟ ଏକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଏ କିଛି ନିୟମରେ ପରିବର୍ତ୍ତନ ଆଣିଛି ।

ପୁଣିଥରେ ସିମ୍ କାର୍ଡ ସମ୍ବନ୍ଧୀୟ ନିୟମ ଅର୍ଥାତ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସିମ୍ ସମ୍ବନ୍ଧୀୟ ହେଉଥିବା ଠକେଇକୁ ରୋକିବା ପାଇଁ ଟ୍ରାଏ ଏହି ନିଷ୍ପତ୍ତି ନେଇଛି ।

ଏହି ନୂତନ ନିୟମ କ’ଣ ଏବଂ ଏହା କାହିଁକି କାର୍ଯ୍ୟକାରୀ ହୋଇଛି। ସିମ୍ ସ୍ବାପ କ’ଣ ଆସନ୍ତୁ ଏହାର ସମ୍ପୂର୍ଣ୍ଣ ସୂଚନା ଜାଣିବା।

ଟ୍ରାଏ ସୂଚନା ଦେଇ କହିଛି, ଯଦି ସିମ୍ କାର୍ଡ ଚୋରି କିମ୍ବା ନଷ୍ଟ ହୋଇଯାଏ, ତେବେ ଏଣିକି ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ । ପୂର୍ବରୁ, ଯଦି ସିମ୍ କାର୍ଡ ଚୋରି କିମ୍ବା ନଷ୍ଟ ହୋଇଯାଉଥିଲା ‌ତେବେ ଗ୍ରାହକଙ୍କୁ ସିମ୍ କାର୍ଡ ତୁରନ୍ତ ମିଳିପାରୁଥିଲା। କିନ୍ତୁ ବର୍ତ୍ତମାନ ଏହାର ଲିକିଙ୍ଗ ଅବଧିକୁ ବୃଦ୍ଧି କରାଯାଇଛି ।

ଜୁଲାଇ ୧ରୁ ବ୍ୟବହାରକାରୀଙ୍କୁ ଏକ ନୂତନ ସିମ୍ କାର୍ଡ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡିବ । ଏହାପରେ ଯାଇ ଏକ ନୂତନ ସିମ୍ କାର୍ଡ ଉପଲବ୍ଧ ହେବ ।

ଠକେଇକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଅନେକ କ୍ଷେତ୍ରରେ ଏହା ଦେଖାଯାଇଛି ଯେ ଥରେ ସିମ୍ କାର୍ଡ ଚୋରି ହୋଇଗଲେ ସେହି ନମ୍ବର ଅନ୍ୟ ସିମ୍ କାର୍ଡରେ ସକ୍ରିୟ ହୋଇଯାଏ। । ସିମ କାର୍ଡ ସମ୍ବନ୍ଧୀୟ ଏହି ପରିବର୍ତ୍ତନକୁ ନେଇ  ମାର୍ଚ୍ଚରେ ଟ୍ରାଏ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲା।

ସମ୍ବନ୍ଧିତ ଖବର