କ୍ରୀଡ଼ାରେ ଏସ୍‌ଆର୍‌ଡି ପ୍ରସାଦ, ସାନଥୋଇବା ଶର୍ମା, ଗୁରୁଚରଣ ସିଂହ ପାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହୋଇଥିବା ପଦ୍ମ ତାଲିକାରେ କ୍ରୀଡ଼ା କ୍ଷେତ୍ରରୁ ୩ଜଣଙ୍କୁ ଚୟନ କରାଯାଇଛି। କଲରିପାୟଟୁ ମାଷ୍ଟର ଏସ୍‌ଆର୍‌ଡି ପ୍ରସାଦ, ଥାଙ୍ଗ୍‌ ତା ଗୁରୁ କେ. ସାନଥୋଇବା ଶର୍ମା ଏବଂ ପୂର୍ବତନ କ୍ରିକେଟର ତଥା ପ୍ରଶିକ୍ଷକ ଗୁରୁଚରଣ ସିଂହଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଏମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ପାଇଁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର