ରାଣୀଙ୍କ ଶେଷଦର୍ଶନ ପାଇଁ ଚୀନ୍‌ ପ୍ରତିନିଧିଙ୍କୁ ଅନୁମତି ମିଳିଲାନି

ଲଣ୍ଡନ : ସଂସଦ ପରିସରର ୱେଷ୍ଟମିନଷ୍ଟର ହଲ୍‌ରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷ ଦର୍ଶନ ପାଇଁ ଆଜି ଚୀନ୍‌ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କୁ ଅନୁମତି ମିଳିନାହିଁ। ହାଉସ ଅଫ୍‌ କମନ୍ସର ବାଚସ୍ପତି ସାର୍‌ ଲିଣ୍ଡସେ ହୋଲେ ଚୀନ୍‌ ପ୍ରତିନିଧି ଦଳଙ୍କୁ ଏଥିପାଇଁ ଅନୁମତି ଦେଇନାହାନ୍ତି। ଚୀନ୍‌ ବ୍ରିଟେନ୍‌ ସଂସଦର ୫ ସଦସ୍ୟଙ୍କ ବିରୋଧରେ କଟକଣା ଲଗାଇଥିବାରୁ ବ୍ରିଟେନ ବାଚସ୍ପତି ଏହି ନିଷ୍ପତ୍ତି ନେଇଥିଲେ ଏବଂ ଚୀନ୍‌ ପ୍ରତିନିଧି ଦଳଙ୍କୁ ସଂସଦ ପରିସରକୁ ପ୍ରବେଶ ଅନୁମତି ଦେଇନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ୍‌ ରାଣୀଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିପାରିବ କିନ୍ତୁ ସଂସଦ ପରିସରକୁ ଯାଇ ଶେଷ ଦର୍ଶନ ନି‌ମନ୍ତେ ଚୀନ୍‌ ପ୍ରତିନିଧି ଦଳଙ୍କୁ ଅନୁମତି ମିଳିବନି।

ସମ୍ବନ୍ଧିତ ଖବର