କୃଷକ ଆନ୍ଦୋଳନ ଉତ୍ତର ପ୍ରଦେଶ ପାଇଁ ସମସ୍ୟା ହେବ

ନୂଆଦିଲ୍ଲୀ: ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଉତ୍ତର ପ୍ରଦେଶ ପାଇଁ ସମସ୍ୟା ସୃଷ୍ଟି କରିବ। ଉତ୍ତର ପ୍ରଦେଶରେ ନିର୍ବାଚନ ପାଖେଇ ଆସୁଛି। ଏଣେ କୃଷକ ସଂଗଠନ ରାଜ୍ୟବ୍ୟାପୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ଲାଟଫର୍ମରେ ଚାଲିଥିବା ଏହି କୃଷକ ଆନ୍ଦୋଳନ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଜୋର୍‌ଦାର କରିବାକୁ ଉଦ୍ୟମ ହେଉଛି।

ଭାରତୀୟ କିଷାନ ୟୁନିଅନର ମୁଖ୍ୟ ହେଉଛନ୍ତି ରାକେଶ ଟିକାୟତ। ଟିକାୟତଙ୍କ ଘର ଉତ୍ତର ପ୍ରଦେଶରେ ହୋଇଥିବାରୁ ଗତ ୨୬ ତାରିଖରେ ଲକ୍ଷ୍ନୌରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷରା କରାଯାଇଛି ଯେ, ଉତ୍ତର ପ୍ରଦେଶରେ ଆନ୍ଦୋଳନକୁ ଜୋରଦାର କରାଯିବ। ସିଂଘୁ, ଘାଜିଆବାଦ, ଟିକିରି ଭଳି ଉତ୍ତର ପ୍ରଦେଶରେ ସ୍ଥାୟୀ କ୍ୟାମ୍ପ କରାଯାଇ ଆନ୍ଦୋଳନ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସେପ୍ଟେମ୍ବର ୫ ତାରିଖରୁ ‘ମହାପଞ୍ଚାୟତ’ ଜରିଆରେ ରାଜ୍ୟବ୍ୟାପୀ ସଚେତନତା ଆରମ୍ଭ କରାଯିବ ବୋଲି ଟିକାୟତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଟିକାୟତ ହେଉଛନ୍ତି ପଶ୍ଚିମ ଉତ୍ତର ପ୍ରଦେଶର ଜାଠ ସମ୍ପ୍ରଦାୟର ଟାଣୁଆ ନେତା।

ସମ୍ବନ୍ଧିତ ଖବର