ପାକିସ୍ତାନରେ ହୋଇଥିବା ୪୩ ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କଲା

ଇସ୍‌ଲାମାବାଦ : ନିଷିଦ୍ଧ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଚଳିତ ବର୍ଷ ପାକିସ୍ତାନର ୧୮ଟି ଜିଲ୍ଲାରେ ହୋଇଥିବା ୪୩ଟି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଧିକାଂଶ ସମୟରେ ଏହା ପ୍ରତିଶୋଧ କିମ୍ବା ପ୍ରତିରକ୍ଷା କ୍ଷେତ୍ରରେ ଘଟିଛି ବୋଲି ଟିଟିପି ଦ୍ବାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଆକ୍ରମଣ ଖାଇବର ଅଂଚଳରେ କରାଯାଇଥିଲା। ଖାଇବରରେ ୯ ଆତଙ୍କବାଦୀ ଆକ୍ରମଣ, ଉତ୍ତର ୱାଜିରିସ୍ତାନ ୬, ଡେରା ଇସମାଇଲ ଖାନ ୪, ଲକ୍ଷ୍ମୀ ମାରୱାଟ ୪, ବାଜୁର ଏଜେନ୍ସି ୩, ଦକ୍ଷିଣ ୱାଜିରିସ୍ତାନ ୨, ଚାରସଡା ୨, ବାନୁ ୨ ଏବଂ ପେଶୱାରରେ ୨ ଥର ଆକ୍ରମଣ ହୋଇଥିବାବେଳେ କରାଚି, ଲାହୋର, କୋହତ୍, ଚମାନ, ପିସିନ୍, ଟ୍ୟାଙ୍କ, ନୋଶେରା, କରକ, ଏବଂ ମର୍ଡାନରେ ଗୋଟିଏ ଲେଖାଏଁ ଆକ୍ରମଣ କରାଯାଇଥିଲା । ଏହାପୂର୍ବରୁ ଏହାର ମିଡିଆ ଶାଖା ଦ୍ବାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣରେ ୬୦ ଜଣ ସୈନିକ, ୩୦ ଜଣ ପୁଲିସ କର୍ମୀଙ୍କ ସମେତ ମୋଟ ୧୧୩ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର