ଜେଲରେ ମୋ ଇନସୁଲିନ ବନ୍ଦ କରିଦେଇଥିଲେ

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିୟମିତ ଭାବେ ବିଜେପିକୁ ଟାର୍ଗେଟ କରିଚାଲିଛନ୍ତି । ସେ କହିଛନ୍ତି ଯେ ଜେଲରେ ତାଙ୍କ ଇନସୁଲିନ ବନ୍ଦ କରିଦିଆଯାଇଥିଲା ।

ଦିଲ୍ଲୀରେ ଅନୁଷ୍ଠିତ ଏକ ରୋଡ୍ ସୋ’ ଅବସରରେ ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ଭାଷଣରେ କହିଛନ୍ତି, ଯେତେବେଳେ ସେମାନେ ମୋତେ ଗିରଫ କରିଥିଲେ, ମୁଁ ଭାବୁଥିଲି ମୋର ଦୋଷ କ’ଣ ଥିଲା । ଏହା ଦୋଷ ଯେ ଆମେ ଦିଲ୍ଲୀବାସୀଙ୍କ ପାଇଁ ଭଲ ସ୍କୁଲ ନିର୍ମାଣ କରିଥିଲୁ, ଭଲ ସରକାରୀ ଡାକ୍ତରଖାନା ତିଆରି କରିଥିଲୁ, ଆପଣମାନଙ୍କ ପାଇଁ ମାଗଣା ଚିକିତ୍ସା ଏବଂ ଔଷଧର ବ୍ୟବସ୍ଥା କରିଥିଲୁ, କିନ୍ତୁ ଯେତେବେଳେ ମୁଁ ତିହାର ଯାଇଥିଲି, ସେମାନେ ମୋର ଇନସୁଲିନ୍ ବନ୍ଦ କରିଦେଇଥିଲେ ।

ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ଆଜି ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବାକୁ ପଡ଼ିବ, ଏଥିପାଇଁ ଆପଣଙ୍କ(ଲୋକଙ୍କ) ସମର୍ଥନ ଦରକାର। ଜେଲରୁ ବାହାରିବା ପରେ ମୁଁ ଅନେକ ଲୋକଙ୍କ ସହ କଥା ହେଲି । ସବୁଠି ସେମାନଙ୍କ ଆସନ କମିବାରେ ଲାଗିଛି। ଜୁନ୍ ୪ତାରିଖରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ଏବଂ ଏଥିରେ ଆପ୍ କୁ ସାମିଲ କରାଯିବ। ଆମେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବୁ। ଇତିହାସ ଆଜି ନୂଆ ମୋଡ଼ ନେଉଛି। ଯଦି ୭ଟି ଯାକ ଆସନ ଇଣ୍ଡିଆ ମେଣ୍ଟକୁ ଦିଆଯାଏ ତେବେ ଦେଶର ଭାଗ୍ୟ ଓ ଦିଗ ବଦଳିଯିବ ।

 

ସମ୍ବନ୍ଧିତ ଖବର