ହିନ୍ଦୁ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜାକାରୀଙ୍କୁ ଖୋଜି ଖୋଜି ଧରାଯିବ: ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା: ମୁସଲମାନ ବହୁଳ ବାଂଲାଦେଶ ସଂଖ୍ୟାଲଘୁମାଙ୍କୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ କିଛି କରିନାହିଁ ବୋଲି ସମାଲୋଚନା ଚାଲିଥିବା ବେଳେ ବାଂଲାଦେଶ ସରକାର ପ୍ରତିଶ୍ରୁତି ଦେଇ କହିଛନ୍ତି କି, ହିନ୍ଦୁ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜାକାରୀଙ୍କୁ ଖୋଜି ଖୋଜି ଧରିବା ଲାଗି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୁର୍ଗାପୂଜା ପାଳନ ସମୟରେ କେତେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବାରୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଗୁରୁବାର ଦିନ ୨୨ଟି ଜିଲ୍ଲାରେ ପାରାମିଲିଟାରି ସୈନିକ ମୁତୟନ କରିଥିଲେ।

Image Courtesy of NDTV

କମିଲ୍ଲାରେ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। କେହି ତ୍ରାହି ପାଇବେ ନାହିଁ। ସେ ଯେଉଁ ଧର୍ମର ହୋଇ ଥାଆନ୍ତୁ ନା, କାହିଁକି। ସେମାନଙ୍କୁ ଠାବ କରାଯାଇ ଶାସ୍ତି ଦିଆଯିବ ବୋଲି ଢାକାସ୍ଥିତ ଦକ୍ଷିଣେଶ୍ୱରୀ ଜାତୀୟ ମନ୍ଦିରରେ ହିନ୍ଦୁମାନଙ୍କ ସହ ଅଭିନନ୍ଦନ ଆଦାନପ୍ରଦାନ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି।

Image Courtesy Google News

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ବହୁତଗୁଡ଼ିଏ ସୂଚନା ପାଇଛୁ। ପ୍ରଯୁକ୍ତିବିଦ୍ୟାର ଯୁଗ ଚାଲିଥିବାରୁ ତାହାକୁ ଉପଯୋଗ କରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କର ସନ୍ଧାନ ନିଶ୍ଚୟ ନିଆଯିବ।

ଦୁର୍ଗାପୂଜା ବେଳେ ହିଂସାକାଣ୍ଡ ଭିଆଇ ଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତ ଦାବି କରିଛି।

ଏହା ବ୍ୟତିରେକେ, ଆଜି ଶୁକ୍ରବାର ମୁସଲମାନମାନଙ୍କ ନମାଜ ବାରି ଥିବା ବେଳେ ହିନ୍ଦୁମାନେ ଦଶହରାରେ ଦେବୀ ବିସର୍ଜନ କରିବେ। ତେଣୁ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି।

ସମ୍ବନ୍ଧିତ ଖବର