ମନି ଅର୍ଡର୍‌ ପାଇବା ପରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଯୋଗେ ବାପା ଶାହରୁଖ ଖାନ୍‌ ଓ ମା ଗୌରୀଙ୍କ ସହ କଥାବାର୍ତ୍ତା କଲେ ଆର୍‌ୟନ୍‌

ମୁମ୍ବାଇ: ସମ୍ପ୍ରତି ମୁମ୍ବାଇର ଆର୍ଥର୍‌ ରୋଡ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିବା କଏଦୀ ନମ୍ବର ୯୫୬ ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ବାପାମାଆଙ୍କ ସହ କଥାବାର୍ତ୍ତା କରିଛନ୍ତି।

କୋଭିଡ୍‌-୧୯ ପ୍ରୋଟକଲ୍‌ ହେତୁ କାରାଗାରରେ ଥିବା ପ୍ରତ୍ୟେକ କଏଦୀଙ୍କୁ ତାଙ୍କ ପରିବାରବର୍ଗଙ୍କ ସହ ସପ୍ତାହକୁ ଦୁଇଥର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଆର୍‌ୟନ୍‌ ଖାନ୍‌ଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ମୋବାଇଲ୍‌ ଫୋନ୍‌ ଯୋଗେ ଭିଡିଓ କଲ୍‌ କରାଯାଇଥିଲା। ଅବସ୍ଥାପିତ କାରା କୋଠରି ମଧ୍ୟରେ ଘଟୁଥିବା ଘଟଣା ସଂକ୍ରାନ୍ତରେ ଆର୍‌ୟନ୍‌ ଏବଂ ତାଙ୍କ ପିତାମାତା ଶାହରୁଖ ଖାନ୍‌ ଓ ଗୌରୀ ଖାନ୍‌ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

Image Courtesy of India Today

ଗତକାଲି ମୁମ୍ବାଇ ଅଦାଲତର ବିଚାରପତି ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ ମାମଲା’ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିବାରୁ ସେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ।

ପରିବାର ଲୋକଙ୍କ ଠାରୁ ଆର୍‌ୟନ୍‌ଙ୍କ ପାଇଁ ଟ. ୪,୫୦୦/- ଟଙ୍କା ‘ମନି ଅର୍ଡର୍‌’ ଆସିଥିବା କଥା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ପ୍ରାପ୍ତ ଅର୍ଥରେ ଆର୍‌ୟନ୍‌ ଜେଲ୍‌ କ୍ୟାଣ୍ଟିନ୍‌ରୁ ଖାଦ୍ୟ ଓ ପାନୀୟ ଖରିଦ କରିବେ। ଜେଲ୍‌ ନିୟମ ଅନୁସାରେ, ମାସକୁ ଜଣେ କଏଦୀ ଟ. ୪,୫୦୦/-ରୁ ଅଧିକ ଟଙ୍କାର ‘ମିନି ଅର୍ଡର୍‌’ ପାଇ ପାରିବେ ନାହିଁ। ଆର୍‌ୟନ୍‌ ଜେଲ୍‌ର ଆହାର ଖାଉଥିଲେ ମଧ୍ୟ ତାହା ତାଙ୍କୁ ରୁଚୁ ନ ଥିବା ଜଣାପଡ଼ିଛି। ଏବେ ସେ ଘରୁ ଆସିଥିବା ପୋଷାକପତ୍ର ପିନ୍ଧାପିନ୍ଧି କରୁଛନ୍ତି।

ସମ୍ବନ୍ଧିତ ଖବର