ବିଲକିସ୍‌ ବାନୋଙ୍କ ସମର୍ଥନରେ ଟିଏମ୍‌ସିର ୪୮ ଘଣ୍ଟିଆ ଧାରଣା

କୋଲକାତା: ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ସମର୍ଥନରେ କୋଲକାତାରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଟିଏମ୍‌ସି ପକ୍ଷରୁ ୪୮ ଘଣ୍ଟିଆ ଧାରଣା‌ ଦିଆଯାଇଛି। ଏଥିରେ ବହୁ ସଂଖ୍ୟାରେ ମନ୍ତ୍ରୀ ଓ ସାଂସଦ ମଧ୍ୟ ସାମିଲ ହୋଇଥିଲେ। ଗୁଜରାଟରେ ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ଗର୍ଭବତୀ ବିଲକିସ୍‌ ବାନୋଙ୍କ ସମ୍ମୁଖରେ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯିବା ସହ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ସରକାର ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

ଗତ ଅଗଷ୍ଟ ୧୫ ତାରିଖରେ ଏହି ଦୋଷୀମାନଙ୍କୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ସେମାନଙ୍କୁ ଫୁଲମାଳ ପିନ୍ଧାଇ, ବାଜା ବଜାଇ ସ୍ବାଗତ କରାଯାଇଥିଲା। ଏଭଳି ଘଟଣାର ପ୍ରତିବାଦରେ ଟିଏମ୍‌ସି ପକ୍ଷରୁ ଧାରଣା ଦିଆଯାଇଥିଲା। ଏହା ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରି ରୢାଲି କରାଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଲକାତାରେ ୪୮ ଘଣ୍ଟିଆ ଧାରଣାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାର ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା ବେଳେ ବିଲକିସ୍‌ ବାନୋଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟର ପ୍ରତିବାଦ ଅବ୍ୟାହତ ରହିବ ବୋଲି ତୃଣମୂଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର