ତ୍ରିପୁରା ପୌର ନିର୍ବାଚନରେ ବିଜେପିର ବାଜିମାତ, ବାମଦଳ ଓ ଟିଏମସି ନିରାଶ

ଅଗରତାଲା: ତ୍ରିପୁରା ପୌର ନିର୍ବାଚନରେ ବାଜିମାତ କରିଛି ବିଜେପି। ଆଜି ହୋଇଥିବା ଭୋଟ ଗଣତି ମୁତାବକ ୨୨୨ ଆସନରୁ ବିଜେପି ୨୧୭ ଆସନରେ ବିଜୟଲାଭ କରିଛି । ତ୍ରିପୁରା ପୌରାଞ୍ଚଳର ୫୧ ଟି ୱାର୍ଡ, ୧୩ ଟି ନଗର ପରିଷଦ ଓ ୬ ଟି ନଗର ପଞ୍ଚାୟତ ସହ ମୋଟ ୩୩୪ ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବିଜେପି ବାଜିମାତ କରିଛି । ସମସ୍ତ ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ୧୧୨ ଟି ଆସନରେ ବିଜେପି ବିରୋଧରେ କେହି ପ୍ରାର୍ଥୀ ହୋଇନଥିଲେ ।

ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି ଯେ, ତ୍ରିପୁରା ନିର୍ବାଚନ ଫଳାଫଳ ଏହା ପ୍ରମାଣ କରୁଛି କି ପୂର୍ବତ୍ତୋର ରାଜ୍ୟମାନଙ୍କରେ ମମତା ଯେଭଳି ଭାବେ ଅଭିଯାନ ଚଳାଇଥିଲେ ତାହାକୁ ଭୋଟରମାନେ ପ୍ରତ୍ୟାଖାନ କରିଛନ୍ତି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ୧୫ ସଦସ୍ୟ ବିଶିଷ୍ଟ ଖୋଭାଇ ନଗର ପରିଷଦ, ୧୭ ସଦସ୍ୟ ବିଶିଷ୍ଟ ବୋଲୋନିଆ ନଗର ପରିଷଦ, ୧୫ ସଦସ୍ୟ ବିଶିଷ୍ଟ କୁମାରଘାଟ ନଗର ପରିଷଦ ଓ ୯ ସଦସ୍ୟ ବିଶିଷ୍ଟ ସବରୁମ ନଗର ପଞ୍ଚାୟତର ସମସ୍ତ ୱାର୍ଡରେ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ଧର୍ମନଗର ପରିଷଦର ୨୫ ୱାର୍ଡ, ତୋଲିମାପୁର ନଗର ପରିଷଦର ୧୫ ୱାର୍ଡ ଓ ଅମରପୁର ନଗର ପଞ୍ଚାୟତର ୧୩ ଟି ୱାର୍ଡରେ ବିଜେପି କ୍ଲିନ ସ୍ୱିପ କରିଛି ।

ସେପଟେ ଦୀର୍ଘ ୨୦ ବର୍ଷଧରି ଶାସନ କ୍ଷମତାରେ ଥିବା ସିପିଆଇ (ଏମ) ଓ ଏବେ ସେଠାରେ କାୟା ବିସ୍ତାର କରିବାକୁ ଚେଷ୍ଟା ଚଳାଇଥିବା ଟିଏମସିକୁ ନିରାଶ ହେବାକୁ ପଡିଛି । ଏହି ଦୁଇଦଳ ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହାଁନ୍ତି ।

ସମ୍ବନ୍ଧିତ ଖବର