ଦୁଇଜଣ ଆମେରିକୀୟ ମିଶନାରୀ ଜନ ଚାଉଙ୍କୁ ଆଦିବାସୀଙ୍କ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇଥିଲେ : ଆଣ୍ଡାମାନ ପୁଲିସ

ପୋର୍ଟ ବ୍ଲେୟର : ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ ସେଣ୍ଟିନେଲ ଦ୍ୱୀପରେ ଆଦିବାସୀମାନଙ୍କ ଦ୍ୱାରା ନିହତ ହୋଇଥିବା ଆମେରିକୀୟ ଯୁବକ ଜନ ଚାଉଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟ ଉଜାଗର କରିଛି ପୁଲିସ । ଆଣ୍ଡାମାନ ଓ ନିକୋବରର ଡିଜିପି ଦେବେନ୍ଦ୍ର ପାଠକ କହିଛନ୍ତି ଯେ ଆଦିବାସୀମାନଙ୍କ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ଦୁଇ ଜଣ ଆମେରିକୀୟ ମିଶନାରୀ ପ୍ରବର୍ତ୍ତାଇ ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣକ ମହିଳା ।ଚାଉଙ୍କ କଲ ରେକର୍ଡରୁ ଏ ସଂପର୍କରେ ଜଣାପଡିଛି । ତେବେ ଏବେ ସେମାନେ ଭାରତରୁ ପଳାୟନ କରିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି । ଚାଉଙ୍କ ହତ୍ୟା ଘଟଣାରେ ପୁଲିସ ଏବେ ସୁଦ୍ଧା ୭ ଜଣକୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ମତ୍ସ୍ୟଜୀବି ।

 

ଚାଉ ନଭେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ସେଣ୍ଟିନେଲି ଆଦିବାସୀମାନେ ବାହାର ଜଗତର ଲୋକମାନଙ୍କୁ ନିଜ ଦ୍ୱୀପରେ ପ୍ରବେଶ କରାଇଦିଅନ୍ତି ନାହିଁ । ହଜାର ହଜାର ବର୍ଷ ଧରି ସେମାନେ ବାହାର ଦୂନିଆ ସହ କୌଣସି ସଂପର୍କ ରଖିନାହାନ୍ତି ଓ ରଖିବାକୁ ଚାହାନ୍ତି ନାହିଁ ମଧ୍ୟ । ଭାରତ ସରକାର ମଧ୍ୟ ଏହି ଦ୍ୱୀପକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।

ସମ୍ବନ୍ଧିତ ଖବର