କେନ୍ଦ୍ରାପଡ଼ା: ଡୋରବିଶର ପ୍ରସିଦ୍ଧ ଦଧିବାମନ ମନ୍ଦିରରେ ଶୁକ୍ରବାର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି। ଅଭିଯୋଗ ଅନୁସାରେ ମନ୍ଦିର ପୂଜକଙ୍କ ଦ୍ୱାରା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ କହିଛନ୍ତି, ମନ୍ଦିରରେ ଆଶ୍ରା ଦେବାକୁ କହି ପୂଜକ ତାଙ୍କୁ ଭିତରକୁ ଡାକି ନେଇଥିଲେ। ଏହା ପରେ କୁକର୍ମ କରିବାକୁ ଉଦ୍ୟମ କରିଥିଲେ। ପ୍ରତିବାଦ କରିବାରୁ ମହିଳାଙ୍କୁ ମାଡ଼ ଖାଇବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ପରେ ପୁଲିସ ଦଧିବାମନଜୀଉ ମନ୍ଦିରର ପୂଜକ ରଘୁନାଥ ପଣ୍ଡା ଓରଫ କାଳିଆ ନନାକୁ ଅଟକ ରଖି ପଚରାଉଚରା କରୁଛି। ମହିଳାଙ୍କ ଅଭିଯୋଗ ଅନୁସାରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ସେ ଅଧ ରାତିରେ ଘରୁ ପଳାଇ ଆସିଥିଲେ। ମନ୍ଦିର ବାହାରେ ମହିଳା ଏପଟସେପଟ ହେଉଥିବା ଦେଖି କାଳିଆ ନନା ଡାକିଥିଲେ। ଏହା ପରେ ଭିତରକୁ ଡାକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।