ଟସ୍ ଜିତିଲା ଆମେରିକା: ପ୍ରଥମେ ବୋଲିଂ ନିଷ୍ପତ୍ତି

ଡଲାସ୍‌:ଆଇସିସି ଟି-୨୦ ବିଶ୍ବକପର ୧୧ତମ ମ୍ୟାଚ୍‌ରେ ଆମେରିକା ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଡଲାସ୍‌ର ଗ୍ରାଣ୍ଡ୍ ପ୍ରେରି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆମେରିକା ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଆମେରିକା ସ୍କ୍ବାଡ୍‌ରେ ଷ୍ଟିଭେନ୍ ଟେଲର , ମୋନାଙ୍କ ପଟେଲ (ଅଧିନାୟକ ଏବଂ ୱିକେଟକିପର) , ଆଣ୍ଡ୍ରିସ୍ ଗୋସ୍ , ଆରୋନ ଜୋନ୍ସ , ନୀତୀଶ କୁମାର , କୋରେ ଆଣ୍ଡରସନ , ହରମିତ ସିଂ , ଜସଦୀପ ସିଂ , ନୋଷ୍ଟୁଶ କେଞ୍ଜିଜେ , ସୌରଭ ନେଟ୍ରାଭାଲକର , ଅଲି ଖାନ ପ୍ରମୁଖ ରହିଛନ୍ତି।

ସେହିପରି ପାକିସ୍ତାନ ସ୍କ୍ବାଡ୍‌ରେ ବାବର ଆଜାମ (ଅଧିନାୟକ) , ମହମ୍ମଦ ରିଜୱାନ (ୱିକେଟ କିପର) , ଉସମାନ ଖାନ , ଫଖର ଜମାନ , ଆଜାମ ଖାନ , ଇଫ୍ଟିଖର ଅହମ୍ମଦ , ଶାଦବ ଖାନ , ଶାହିନ ଆଫ୍ରିଦି , ନାସିମ ଶାହା , ମହମ୍ମଦ ଆମୀର , ହରିସ ରାଉଫ ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର