ସିଭିଲ୍‌ ଜଜ୍‌ଙ୍କ ଘରୁ କୁକୁର ଚୋରି ଅଭିଯୋଗ, ପଡ଼ୋଶୀ ନେଇଥିବା ସନ୍ଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ନିଜ ଘରୁ ଜଣେ ସିଭିଲ୍‌ ଜଜ୍‌ଙ୍କ କୁକୁର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଚାରପତିଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ସେମାନଙ୍କ ପଡ଼ୋଶୀ ଡମ୍ପି ଅହମ୍ମଦ ସେମାନଙ୍କ ଗୃହପାଳିତ ପଶୁକୁ ଚୋରି କରିଛନ୍ତି।

ବିଚାରପତିଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ, ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଅନେକ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି।

ବିଚାରପତି ବର୍ତ୍ତମାନ ହର୍ଦୋଇରେ ନିଯୁକ୍ତି ହୋଇଥିବା ବେଳେ ତାଙ୍କ ପରିବାର ବରେଲିର ସନସିଟି କଲୋନିରେ ରୁହନ୍ତି। ଏଫ୍‌ଆଇଆର୍‌ ଅନୁଯାୟୀ କୁକୁର ଚୋରିର କିଛି ଦିନ ପୂର୍ବରୁ ସିଭିଲ ଜଜ୍‌ ଓ ଡମ୍ପି ଅହମ୍ମଦଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଉକ୍ତ କଲୋନୀରେ ରହୁଥିବା ଡମ୍ପି ଅହମ୍ମଦଙ୍କ ପୁଅ କାଦିର ଖାନ ବିଚାରପତିଙ୍କ ପରିବାର ସଦସ୍ୟଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ମେ ୧୬ ତାରିଖରେ ରାତି ପ୍ରାୟ ୯.୪୫ ସମୟରେ ଡମ୍ପି ଅହମ୍ମଦଙ୍କ ପତ୍ନୀ ବିଚାରପତିଙ୍କ ବାସଭବନରେ ସେମାନଙ୍କ ସହ କଥା ହେବାକୁ ପହଞ୍ଚି ଥିଲେ। ସେମାନଙ୍କ କୁକୁର ତାଙ୍କ ଝିଅକୁ ପୂର୍ବରୁ ଆକ୍ରମଣ କରିଥିଲା। ଏହି କଥାକୁ ନେଇ ଦୁଇ ପରିବାର ମଧ୍ୟଚେ ବଚସା ହୋଇଥିଲା।

ଏବେ ପୁଲିସ ବିଚାରପତିଙ୍କ କୁକୁରକୁ ଖୋଜିବା ପାଇଁ ଟିମ୍‌ ଗଠନ କରିଛି। ଏହି ସମୟରେ ଯେତେବେଳେ ଗଣମାଧ୍ୟମ ବିଚାରପତିଙ୍କ ପରିବାର ସହିତ କଥା ହୋଇ ପୂରା ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା କଲା, ସେମାନେ କୌଣସି ବିବୃତ୍ତି ଦେବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର