ଭିଡିଓ ଭାଇରାଲ୍‌: ଛୁରି ଦେଖାଇ ଧମକ ଦେଇଛି କହି ଜୋମାଟୋ ଡେଲିଭରି ବୟକୁ ତାମିଲନାଡୁ ଟ୍ରାଫିକ୍‌ ପୁଲିସର ନିର୍ମମ ମାଡ଼

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲା ଅନ୍ତର୍ଗତ ଶ୍ରୀବିଲ୍ଲୀପୁତୁରରେ ଜଣେ ଜମାଟୋ ଡେଲିଭରି ବୟଙ୍କୁ ପୁଲିସ ନିର୍ମମ ଭାବେ ମାଡ଼ ଦେଉଥିବାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସର୍ବସାଧାରଣଙ୍କ ଆଗରେ ତାମିଲନାଡୁ ଟ୍ରାଫିକ୍‌ ପୁଲିସର ଅନ୍ୟତମ ସବ୍‌ଇନ୍‌ସ୍‌ପେକ୍ଟର୍‌ ଧର୍ମରାଜ ଭେଙ୍କଟେଶ ନାମକ ଜଣେ ଜମାଟୋ ଡେଲିଭରି ବୟଙ୍କୁ ଅତି ନିର୍ମମ ଭାବେ ମାରଧର କରୁଥିବା ଦୃଶ୍ୟ ଉକ୍ତ ଭିଡିଓରେ ରହିଛି। ଦେଖାଯାଉଛି, ଭେଙ୍କଟେଶ ଧର୍ମରାଜଙ୍କ କାନ୍ଧ ପାଖରୁ ପୁଳାଏ ଧରି ପକାଇବା କ୍ଷଣି ସେ ତତ୍‌କ୍ଷଣାତ୍‌ ତାଙ୍କୁ ଆକ୍ରମଣ କରି ଅତି ନିର୍ମମ ଭାବେ ମାରୁଛନ୍ତି। ଏଭଳି ଅପ୍ରୀତିକର ଦୃଶ୍ୟକୁ ଜଣେ ପ୍ରତ୍ୟକ୍ଷଦର୍ଶୀ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଥିଲେ।

Image Courtesy of DT Next

ଗୋଟାଏ ଛୁରି ବାହାର କରି ପୁଲିସକୁ ଧମକାଇ ଥିବା ଦୋଷାରୋପ କରି ପୁଲିସ ଭେଙ୍କଟେଶଙ୍କ ନାମରେ ମାମଲା ରୁଜୁ କରିଛି। କିନ୍ତୁ ,ଭିଡିଓରେ ଦେଖାଯାଉଛି ୬୦୦ ଟଙ୍କା ଜରିମାନା ପ୍ରସଙ୍ଗକୁ ନେଇ ଭେଙ୍କଟେଶ ଏବଂ ପୁଲିସ ଅଧିକାରୀ ଧର୍ମରାଜଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଛି। ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ନ ଥିବାରୁ ଭେଙ୍କଟେଶଙ୍କ ଉପରେ ଜରିମାନ କରାଯାଇଥିଲା।

ଭେଙ୍କଟେଶଙ୍କୁ ନ ମାରିବାକୁ ବାଟୋଇମାନେ ନିବେଦନ କରିବା ସତ୍ତ୍ବେ ସେ ମାଡ଼ ଦେବାରୁ ନିବୃତ ହୋଇ ନ ଥ‌ିଲେ। ଶେଷକୁ ଆଉ ଅଳ୍ପ କେତେଜଣ ପୁଲିସ ଆସି ବାଧା ଦେବା ସହ ଭେଙ୍କଟେଶଙ୍କୁ ଥାନାକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର