ରାମ ମନ୍ଦିର ଗର୍ଭଗୃହରେ ପାଣି ଗଳୁଛି ! ମୁଖ୍ୟ ପୂଜକଙ୍କ ଅସନ୍ତୋଷ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ରାମ ମନ୍ଦିର ନିର୍ମାଣ କାର୍ୟ୍ୟକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ରାମଲଲ୍ଲା ଥିବା ଗର୍ଭଗୃହରେ ପାଣି ଗଳୁଛି । ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଆଗକୁ ଏହା ବଡ଼ ସମସ୍ୟାଭାବେ ଦେଖାଯାଇପାରେ ।
ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ସମ୍ପର୍କରେ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ୨୦୨୫ ଜୁଲାଇରେ କାମ ଶେଷ କରିବା ଅସମ୍ଭବ, କିନ୍ତୁ ଯଦି ଏହା କୁହାଯାଉଛି ତେବେ ମୁଁ ଏହାକୁ ଗ୍ରହଣ କରୁଛି। ସେପଟେ ରାମ ମନ୍ଦିର ନିର୍ମାଣ କୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଯେଉଁଠି ରାମଲାଲା ବସିଛନ୍ତି ସେଠାରେ ପ୍ରଥମ ବର୍ଷାରେ ପାଣି ଗଳିବା ଆରମ୍ଭ କରିଛି, ଏହାର ତଦନ୍ତ ହେବା ଦରକାର ।

ସେ କହିଛନ୍ତି ଯେ, ନିର୍ମିତ ରାମ ମନ୍ଦିରରୁ ପାଣି ବାହାର କରିବାର କୌଣସି ଉପାୟ ନାହିଁ, ଉପରୁ ପାଣି ଆସିବା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଏହି ସମସ୍ୟା ବହୁତ ବଡ, ପ୍ରଥମେ ଏହି ସମସ୍ୟାର ସମାଧାନ ହେବା ଦରକାର । ମନ୍ଦିର ନିର୍ମାଣ ସମ୍ପର୍କରେ ସେ କହିଛନ୍ତି ଯେ ଯଦି କୁହାଯାଏ ଯେ ୨୦୨୫ ରେ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାର୍ୟ୍ୟ ଶେଷ ହେବ, ତେବେ ଏହା ଏକ ଭଲ କଥା, କିନ୍ତୁ ଏହା ଅସମ୍ଭବ, କାରଣ ନିର୍ମାଣ କରିବା ପାଇଁ ଏବେ ବି ବହୁତ କିଛି ବାକି ଅଛି ।

 

ସମ୍ବନ୍ଧିତ ଖବର