ଜଳମଗ୍ନ ହେଲା ଦିଲ୍ଲୀ: ପାଣିରେ ଭାସୁଛି କାର, ବସ୍, ଦୁଇ ଚକିଆ ଯାନ, ଅଟୋ

ନୂଆଦିଳ୍ଲୀ: ଦିଲ୍ଲୀରେ ବର୍ଷା ବିତ୍ପାତ । ଶୁକ୍ରବାର ଭୋର ସାଢେ ୫ଟା ମଧ୍ୟରେ ଦିଲ୍ଲୀରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଆଜି ରାଜଧାନୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ଆଶଙ୍କା ରହିଛି । ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ସେବା ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରୁଛନ୍ତି । ପ୍ରବଳ ବର୍ଷାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଲୋକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କୋଡିଏରୁ ଅଧିକ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଦିଲ୍ଲୀ ଏମ୍ସ ଯିବା ପାଇଁ ମଧ୍ୟ ରାସ୍ତା ବନ୍ଦ ହୋଇଛି । ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଅନ୍ୟପଟେ ପ୍ରବଳ ବର୍ଷା ଓ ପବନରେ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ବିମାନବନ୍ଦରର ଛାତ । ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ଛାତ ଭୁଶୁଡ଼ି ପଡ଼ିବାରୁ ଯାନବାହାନ ଦବି ଯାଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଟର୍ମିନାଲ ଛାତ ଭୁଶୁଡ଼ି ପଡ଼ିବାରୁ ଏକାଧିକ କାର ବି କ୍ଷତିଗ୍ରସ୍ତ ହୋଇଛି । ଟର୍ମିନାଲ ୧ରେ ବିମାନ ସେବା ବାତିଲ ହୋଇଥିବା ବେଳେ ଏକାଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁବାର ଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଲାଗିରହିଛି । ତେବେ ଆଜି ସକାଳୁ ବିମାନବନ୍ଦରରେ ଏଭଳି ଅଘଟଣ ଘଟିଛି । କାର ଉପରେ ଛାତ ଭୁଶୁଡ଼ିପଡ଼ିବାରୁ କାର ଭିତରେ ଥିବା ଲୋକମାନେ ଆହତ ହୋଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ବିମାନବନ୍ଦରର ପୁନରୁଦ୍ଧାର କାମ କରାଯିବା ସହ ଗୁରୁତରଙ୍କୁ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବା କହିଛନ୍ତି। ଏହାସହ ନିଜେ ସବୁ କାର୍ଯ୍ୟର ସମୀକ୍ଷା କରୁ ଥିବା ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

 

ସମ୍ବନ୍ଧିତ ଖବର