ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ ସମ୍ବନ୍ଧରେ ମଧୁରତା ଆସିବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।‌

ବୃଷ: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ମିଥୁନ: ମିଳିଥିବା କାମକୁ ଅଧିକ ପରିଶ୍ରମ ଓ ଏକାଗ୍ରତା ବଳରେ ପୂରା କରିନେବେ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମିକ ଦିଗରେ ଲାଗି ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

ସିଂହ: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ଭୁଲ୍ ପାଇଁ ତାଙ୍କ ଉପରେ ବିରକ୍ତି ନ ହୋଇ ତାଙ୍କୁ କ୍ଷମା କରିଦିଅନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

କନ୍ୟା: ଆପଣଙ୍କର ବୁଝିବା ଶକ୍ତି ଓ ଶିଷ୍ଟାଚାରରେ ଲୋକେ ପ୍ରଭାବିତ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ତୁଳା: ଅଫିସର ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ।

ବିଛା: ପାରିବାରିକ ସୁଖ ବୃଦ୍ଧି ହେବ। ପଡ଼ୋଶୀ ଆପଣଙ୍କ ସହିତ ମନାନ୍ତର ପାସୋରି ବନ୍ଧୁତାର ହାତ ବଢ଼ାଇବେ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

ଧନୁ: ଆପଣଙ୍କ ସହିତ ସବୁ ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଚାକିରିଆଙ୍କୁ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ।

ମକର: ଦିନଟି ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ରହିବ। ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଚାକିରି ବୃତ୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହିତ ସମୟ ବିତିବ। ଅଧୁରା କାମ ଅଗ୍ରସର ହେବ। ପୁଞ୍ଜି ବଜାରରେ ଲାଭ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ମୀନ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀ ବଡ଼ ଚୁକ୍ତି କରିବା ଲାଗି କିଛି ଦିନ ଅପେକ୍ଷା କରନ୍ତୁ। ଲେଖାପଢ଼ାରେ ଛାତ୍ରଛାତ୍ରୀଙ୍କର ମନ ଲାଗିବ।

ସମ୍ବନ୍ଧିତ ଖବର