‘ବର୍ଣ୍ଣ ଟୁ ସାଇନ୍‌’ରେ ଓଡ଼ିଶା ଛାତ୍ରୀଙ୍କ କୃତିତ୍ବ

ଭୁବନେଶ୍ବର: ‘ଜି’ ଏଣ୍ଟର୍‌ଟେନ୍‌ମେଣ୍ଟ୍‌’ ଓ ‘ଗିଭ୍‌ ଇଣ୍ଡିଆ ଫାଉଣ୍ଡେସନ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବର୍ଣ୍ଣ ଟୁ ସାଇନ୍‌’ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜାହ୍ନବୀ ଦତ୍ତ ଭାଗନେଇ କୃତିତ୍ବ ଅର୍ଜନ କରିଛନ୍ତି। ୫ହଜାର ଛାତ୍ରୀଙ୍କ ବିଭିନ୍ନ କଳାକୃତି ମଧ୍ୟରୁ ୩୦ଜଣ ଛାତ୍ରଛାତ୍ରୀଙ୍କ ଭିତରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ଜାହ୍ନବୀ ୪ ଲକ୍ଷ ଟଙ୍କାର ବୃତ୍ତି ପାଇବା ସହ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନୁଷ୍ଠାନ ପକ୍ଷରୁ ଜାହ୍ନବୀଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କର ଏ କୃତିତ୍ବ ପାଇଁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି। ସେ ଜଳେଶ୍ବର ନିବାସୀ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଚିତ୍ତରଂଜନ ସାହୁଙ୍କ ନାତୁଣୀ ଓ କଲିକତାରେ ରହୁଥିବା ବାଣିଶ୍ରୀ ଓ ସୁରଭିଙ୍କ ଏକମାତ୍ର କନ୍ୟା।

ସମ୍ବନ୍ଧିତ ଖବର