ଭୁବନେଶ୍ବର : ନିମ୍ନମାନର ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ନେଇ ଫାଷ୍ଟଫୁଡ୍ ସେଣ୍ଟରକୁ ଜରିମାନା

ଭୁବନେଶ୍ବର : ନିମ୍ନମାନର ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ଯାଞ୍ଚ କରିବା ନେଇ ସିଆରପିଏଫ୍ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ନିମ୍ନମାନର ଖାଦ୍ୟ ବିକ୍ରି କରିବା ଅଭିଯୋଗରେ ଗୋଟିଏ ଫାଷ୍ଟଫୁଡ୍ ସେଣ୍ଟରରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି ସହିତ ଖାଦ୍ୟ ସୁରକ୍ଷା ଦଳର ଟିମ୍ ସିଆରପିଏଫ୍ ଅଞ୍ଚଳରେ ଥିବା ଖାଦ୍ୟ ପ୍ରତିଷ୍ଠାନ ଗୁଡ଼ିକର ଗତକାଲି ଯାଞ୍ଚ କରିଥିଲେ। ପଲିଥିନ୍ ନିଷିଦ୍ଧ ପରେ ସେହି ଅଞ୍ଚଳରେ ପଲିଥିନ୍‌ର ମଧ୍ୟ ଯାଞ୍ଚ କରାଯାଇଥିଲା।

beingbangali2017.wordpress.com

ଏହି ସମୟରେ ବିଭିନ୍ନ ଖାଦ୍ୟ ବିକ୍ରି କରୁଥିବା ସଂସ୍ଥାରୁ ୪ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଆଜି ଭ୍ରାମ୍ୟମାଣ ଖାଦ୍ୟ ସୁରକ୍ଷା ଭ୍ୟାନ୍‌ ପକ୍ଷରୁ ଖୋର୍ଧା ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ବୋଲଗଡ଼ ଓ ବାଘମାରୀ ଅଞ୍ଚଳରେ ଖାଦ୍ୟ ନମୁନା ଯାଞ୍ଚ ‌କରାଯିବା ସହିତ ୨୬ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଯେଉଁ ଦୋକାନୀମାନେ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର