ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ରାଜ୍ୟ ଗଣଶିକ୍ଷକ ମହାସଂଘର ଧାରଣା

୫ଦଫା ଦାବି ନେଇ ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭୁବନେଶ୍ୱର : ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ଦାବିରେ ରାଜ୍ୟ ଗଣଶିକ୍ଷକ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଶତାଧିକ କର୍ମକର୍ତ୍ତା ଧାରଣାରେ ବସି ରହି ଦାବି ପୂରଣ ପାଇଁ ନାରାବାଜି କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ୮ ବର୍ଷ ଠିକାରେ ଚାକିରି କଲା ପରେ ନିୟମିତ ହେବା ନେଇ ସରକାରଙ୍କ ନିୟମ ରହିଛି। ଆମେମାନେ ଇତିମଧ୍ୟରେ ୧୧ ବର୍ଷ ଚାକିରି କରି ସାରିଲୁଣି। ଏହା ସତ୍ତ୍ବେ ସରକାର ଆମକୁ ନିୟମିତ କରୁନାହାନ୍ତି। କିନ୍ତୁ ସମାନ ଯୋଗ୍ୟତା ଥାଇ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ଗଣଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ତେଣୁ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

୫ଦଫା ଦାବି ନେଇ ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭୁବନେଶ୍ବର : ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ସାନ୍ତାଳ ପ୍ରତିନିଧି ଓ ଛାତ୍ରଛାତ୍ରୀ ଯୋଗଦେଇ ଦାବି ଜଣାଇଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ସମ୍ବିଧାନ ସ୍ବୀକୃତି ପ୍ରାପ୍ତ ସାନ୍ତାଳୀ ଭାଷା‌କୁ ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ କରିବା, ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରଚଳନ କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସାନ୍ତାଳୀ ଶିକ୍ଷକ ତଥା ଅଧ୍ୟାପକ ନିଯୁକ୍ତି କରିବା, ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଏବଂ ଅନ୍ୟ କର୍ମନିୟୋଜନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ ଚାକିରି ପ୍ରତିଯୋଗିତା ପରୀକ୍ଷାରେ ଭାଷା ଲାଗୁ କରିବା ଆଦିକୁ ସଂଘ ଦୃଢ଼ ଦାବି କରିଛି।

ସମ୍ବନ୍ଧିତ ଖବର