କସ୍ତୁରୀ ପକ୍ଷରୁ ମହିଳାଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା

ଖଣ୍ଡଗିରି: ସ୍ୱେଚ୍ଛାସେବୀ ସଂଗଠନ କସ୍ତୁରୀ ପକ୍ଷରୁ ମହର୍ଷି ଡିଗ୍ରି କଲେଜରେ ମହିଳାଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ‌ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପ୍ରୀତି ରାୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ପତିତ ପାବନ ସ୍ୱାଇଁ, ସମ୍ମାନିତ ବକ୍ତା ଭାବେ ଏସିପି ମାନସୀ ପାତ୍ର ଓ ଅଞ୍ଜନା ଟୁଡୁ, ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ କୁମାର ସାହୁ ଯୋଗ‌ ‌ଦେଇଥିଲେ। ଏହି ଅବସରରେ ଛାତ୍ରୀମାନେ ମହିଳାଙ୍କ ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଗାମୀ ଦିନରେ ମହର୍ଷି ଡିଗ୍ରି ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଅଧ୍ୟାପିକା ଶ୍ରଦ୍ଧା ମହାନ୍ତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଅଧ୍ୟାପିକା ରଶ୍ମିତା ପରିଡ଼ା, ସୋମିଲା ଦାସ, ପ୍ରଜ୍ଞା ମହାନ୍ତି ଓ କସ୍ତୁରୀର ପ୍ରତିଷ୍ଠାତା ସଂପାଦକ ଭାସ୍କର ଚନ୍ଦ୍ର ନାୟକ ପରିଚାଳନା କରିଥିଲେ। ଅଙ୍କିତା ଧନ୍ୟବାଦ ଦେଇଥିଲେ। ଏଥିରେ ଫକୀର ମୋହନ, ପ୍ରଶାନ୍ତ, ନୀର, ଡଲି, ବଟକୃଷ୍ଣ ଓ ଅର୍ପିତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର