ସାଂସ୍କୃତିକ ବିବିଧତା ଐତିହ୍ୟର ସମନ୍ୱୟ : ଏକ ଭାରତ, ଶ୍ରେଷ୍ଠ ଭାରତ

ଓମ୍‌ ଅବସ୍ଥି

୨୦୧୫ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଜୀଙ୍କ ଜୟନ୍ତୀ ‘ ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ‘ ଏକ ଭାରତ, ଶ୍ରେଷ୍ଠ ଭାରତ ଯୋଜନା’ ଘୋଷଣା କରିଥିଲେ। ଅଲଗା ଅଲଗା ଧର୍ମ, ଜାତି ଓ ବର୍ଗ ଥିବା ଭାରତବର୍ଷକୁ ଏକାଠି ରଖିବା ଲକ୍ଷ୍ୟରେ ଏବଂ ଦେଶର ସମସ୍ତ ରାଜ୍ୟ ପରସ୍ପରର ସଂସ୍କୃତି ସହ ପରିଚିତ ହେବା ଓ ନିଜ ନିଜ ମଧ୍ୟରେ ସମ୍ପର୍କ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଯୋଜନାର ପ୍ରଣୟନ କରାଯାଇଥିଲା।

ବିକଶିତ ହେବ ସକାରାତ୍ମକ ଚିନ୍ତାଧାରା:
ସର୍ଦ୍ଦାର ବଲ୍ଲଭଭାଇ ପଟେଲ କହିଥିଲେ, ରାଷ୍ଟ୍ରର ପ୍ରଗତିର ମାପକାଠି ତାହାର ନୈତିକ ପ୍ରଗତିରୁ ଜଣାପଡ଼େ । ନୈତିକ ପ୍ରଗତି ପାଇଁ ଜରୁରୀ ହେଲା, ପାଠପଢ଼ା ବେଳେ ପିଲାଙ୍କ ମନରେ ଏପରି ବୀଜ ବୁଣାଯିବ। ଯାହାଦ୍ୱାରା ଅନ୍ୟ ରାଜ୍ୟ ସମ୍ପର୍କରେ ସେମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ବିକଶିତ ହେବ। ପିଲାମାନେ ଅନ୍ୟ ରାଜ୍ୟର ସଂସ୍କୃତିକୁ ବୁଝିପାରିବେ ଓ ଏହାର ସମ୍ମାନ କରିବେ । ଏଥିସହିତ ଭାରତର ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱ ଉପଲବ୍ଧି କରିପାରିବେ। ଏହି ଉଦ୍ଦେଶ୍ୟରେ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଯୋଜନାରେ ପ୍ରାୟ ୨୨୭ ବିଶ୍ୱବିଦ୍ୟାଳୟ ଓ ୪୫୦ ସ୍କୁଲରେ ଏକ ହଜାରରୁ ଅଧିକ ସାଂସ୍କୃତିକ, ହସ୍ତକଳା ଓ ଖେଳକୁଦ ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ଦୁଇ ଲକ୍ଷ ପିଲା ଓ ଅଭିଭାବକ ଭିନ୍ନ ଭିନ୍ନ ସଂସ୍କୃତି ସହ ପରିଚିତ ହୋଇଥିଲେ। ଏହାବ୍ୟତୀତ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଭାଷା ସଙ୍ଗମ ପରିଯୋଜନାରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ହିିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ କଥାବାର୍ତା ପାଇଁ ବାକ୍ୟ ଶିଖାଯିବ।

ଯୁବବର୍ଗ ନିଜ ରାୟ ନିଜେ ଦିଅନ୍ତୁ:
ଯେପରି ଯୁବବର୍ଗ ଅଧିକକୁ ଅଧିକ ଅନ୍ୟ ରାଜ୍ୟ ଦେଖିବେ ଓ ନିଜେ ବୁଝିବାକୁ ‌େଚଷ୍ଟା କରିବେ-‘ଏକ ଭାରତ, ଶ୍ରେଷ୍ଠ ଭାରତ ଯୋଜନା’ରେ ଏହା ଚେଷ୍ଟା କରାଯାଉଛି। ଏଥିପାଇଁ ଅନେକ ଉଦ୍ୟମ ଯେପରିକି ପର୍ଯ୍ୟଟନ ମନ୍ତ୍ରାଳୟ ତରଫରୁ ଭାରତ ପର୍ବ ଓ ପର୍ଯ୍ୟଟନ ପର୍ବ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁଠି ଭିନ୍ନ ଭିନ୍ନ ରାଜ୍ୟର ସଂସ୍କୃତି ସହିତ ସେଠାକାର ପ୍ରତିଭାକୁ ଜାଣିବା, ବୁଝିବାର ସୁଯୋଗ ମିଳୁଛି। ସେହିପରି ଯୁବ ବ୍ୟାପାର ବିଭାଗ ତରଫରୁ ଆୟୋଜିତ ଆନ୍ତରାଜ୍ୟ ଯୁବ ପ୍ରତିଭା ବିନିମୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବପିଢି ନିଜ ସହଯୋଗୀ ରାଜ୍ୟ ଭ୍ରମଣ କରି ପାଖରୁ ଦେଖିବା ଓ ନୂଆ ବନ୍ଧୁ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁହନ୍ତି ଯେ, ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରତ୍ୟେକ ଭାରତୀୟ ୧୫ଟି ଘରୋଇ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିବା ଉଚିତ ।

ପରସ୍ପରର ସଂସ୍କୃତିକୁ ବୁଝୁଛନ୍ତି ସବୁ ରାଜ୍ୟ:
‘ଏକ ଭାରତ, ଶ୍ରେଷ୍ଠ ଭାରତ ଯୋଜନା’ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସଂସ୍କୃତି, ସାହିତ୍ୟ, ଖେଳ ଓ ପର୍ଯ୍ୟଟନ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇପାରିବେ। ସେମାନେ ଅନ୍ୟ ରାଜ୍ୟକୁ ଭଲ ଭାବରେ ଜାଣିପାରିବେ । ରାଜ୍ୟଗୁଡ଼ିକ ପରସ୍ପର ସହ ଯୋଡି ହେବା ପାଇଁ ସେମାନଙ୍କ ସଂସ୍କୃତି ଓ ଜୀବନଶୈଳୀର ପ୍ରଚାର ପ୍ରସାର କରାଯାଉଛି।

ଏବେ ଏକାଠି ପାଳୁଛନ୍ତି ପର୍ବପର୍ବାଣୀ:
ବର୍ତମାନ ପ୍ରତ୍ୟେକ ରାଜ୍ୟରେ ଅନ୍ୟ ରାଜ୍ୟର ବ୍ୟକ୍ତି ପାଠପଢ଼ା, ରୋଜଗାର କିମ୍ବା ଅନ୍ୟ କୌଣସି କାରଣରୁ ରହୁଛନ୍ତି । ଏହି କାରଣରୁ ଅନ୍ୟ ରାଜ୍ୟର ପର୍ବପର୍ବାଣୀ ଓ ପରମ୍ପରାକୁ ଲୋକେ ଏକାଠି ମିଶି ପାଳନ କରିବାକୁ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ମାଧ୍ୟମରେ ଏସବୁ ଉଦ୍ୟମକୁ ଆହୁରି ପ୍ରଭାବଶାଳୀ କରିବାକୁ ପ୍ରୟାସ କରିଛନ୍ତି । ଏଥିପାଇଁ ବିଗତ ବର୍ଷରେ ଭିନ୍ନ ଭିନ୍ନ ମନ୍ତ୍ରାଳୟ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ଗୁରୁତ୍ୱ ଉପଲବ୍ଧି କରା ଯାଇପାରୁଛି । ସଂସ୍କୃତି ମନ୍ତ୍ରାଳୟ ତରଫରୁ ଶାସ୍ତ୍ରୀୟ, ଲୋକ ସଂଗୀତ, ନୃତ୍ୟ, ରଙ୍ଗମଂଚ ସହିତ ଆଂଚଳିକ ଖାଦ୍ୟପେୟ ମାଧ୍ୟମରେ ଭିନ୍ନ ଭିନ୍ନ ରାଜ୍ୟକୁ ଯୋଡ଼ିବା ଉଦ୍ୟମ କରାଯାଇଛି ।

ରାଜ୍ୟଗୁଡ଼ିକରେ ଯୋଜନାର ଉତ୍ସାହ:
ଏକ ଭାରତ, ଶ୍ରେଷ୍ଠ ଭାରତ ’ କାର୍ଯ୍ୟକ୍ରମକୁ ନେଇ ପ୍ରତି ରାଜ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ହରିଆଣା ଓ ତେଲଙ୍ଗାନା ନିଜ ଭାଗିଦାରୀକୁ ହରିଆଣା ନାମ ଦେଇ ପରସ୍ପରର ସାହିତ୍ୟିକ, ସାଂସ୍କୃତିକ ଐତିହ୍ୟ ସହ ପରିଚିତ ହେଉଛନ୍ତି । ତେଲଙ୍ଗାନାର କଳାକାରମାନେ ଘୁମର ନୃତ୍ୟ ଶିଖି ଏହାକୁ ପରିବେଷଣ କରିବା ସମୟରେ ଦେଖଣାହାରୀମାନେ ସଂସ୍କୃତିର ଏହି ମିଳନକୁ କରତାଳି ଦେଇ ସ୍ୱାଗତ କରିଥିଲେ । ତାମିଲନାଡୁ ପର୍ଯ୍ୟଟନ ବିକାଶ ନିଗମ ତରଫରୁ ଜମ୍ମୁ ଓ କଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଟୁର ପ୍ୟାକେଜରେ ୧୫ ପ୍ରତିଶତ ଓ ତାମିଲନାଡୁ ପର୍ଯ୍ୟଟନ ବିକାଶ ନିଗମର ହୋଟେଲରେ ୨୦ ପ୍ରତିଶତ ରିହାତି ସୁବିଧା ଦିଆଯାଉଛି ।

ଭାଷା ମାଧ୍ୟମରେ ଛୁଇଁଲେ ହୃଦୟ:
ଏକ ଭାରତକୁ ବୋଧହୁଏ ଦେଶର ଖାଦ୍ୟପେୟ ହିଁ ଶ୍ରେଷ୍ଠ ଭାରତ ବନାଇଥାଏ । ଏହି କାରଣରୁ ଦିଲ୍ଲୀରେ ଦକ୍ଷିଣ ଭାରତୀୟ ଓ କେରଳରେ ଉତ୍ତର ଭାରତୀୟ ଖାଦ୍ୟପ୍ରେମୀ ବହୁ ସଂଖ୍ୟାରେ ପରିଲକ୍ଷିତ ହୁଅନ୍ତି । ଏହି ଯୋଜନା ଅନୁଯାୟୀ ରାଜ୍ୟଗୁଡ଼ିକର ଫୁଡ ଫେଷ୍ଟିଭାଲ ଆୟୋଜନ କରି ଖାଦ୍ୟ ମାଧ୍ୟମରେ ହୃଦୟ ଯୋଡ଼ିବା ଉଦ୍ୟମ ବେଶ ସଫଳ ହେଉଛି।

ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ
ପତ୍ର ସୂଚନା କାର୍ଯ୍ୟାଳୟ, ଦିଲ୍ଲୀ ହେଡ କ୍ୱାର୍ଟର

ସମ୍ବନ୍ଧିତ ଖବର