ପ୍ରଭୁ ହନୁମାନ ଥିଲେ ଆଦିବାସୀ, ଦଳିତ ନୁହନ୍ତି: ଏସ୍‌ସିଏସ୍‌ଟି ମୁଖ୍ୟ

ଲକ୍ଷ୍ନୌ: ପ୍ରଭୁ ହନୁମାନ ଜଣେ ଦଳିତ କହି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାଦର ସୂତ୍ରପାତ କରିବାର ଦୁଇ ଦିନ ପରେ ନେସ୍‌ନାଲ୍‌ କମିସନ୍‌ ଫର୍‌ ସିଡ୍ୟୁଲ୍‌ଡ୍‌ ଟ୍ରାଇବ୍‌ସ୍‌ର ଅଧ୍ୟକ୍ଷ ତାହାକୁ ଜେତି ଦେଇ କହି ଛନ୍ତି କି, ଆଦିବାସୀଙ୍କ ମଧ୍ୟରେ ହନୁମାନ ହେଉ ଛନ୍ତି ଗୋଟାଏ ‘ଗୋତ୍ର’ ତେଣୁ ସେ ଦଳିତ ନୁହନ୍ତି।

କମିସନ୍‌ ଅଧ୍ୟକ୍ଷ ନନ୍ଦ କୁମାର ସାଇ କହି ଛନ୍ତି: ଗିଦ୍ଧ ଗୋତ୍ର କିଂବା ‘ରୀଚ୍ଚ’ ପରି ଆଦିବାସୀଙ୍କ ମଧ୍ୟରେ ହନୁମାନ ଗୋତ୍ର ରହିଛି। ‘ତିଗ୍ଗା’ ବୋଲି ଗୋତ୍ରଟିଏ ବି ଅଛି ଯାହାର ଅର୍ଥ ବାନର। ଅନେକ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଏବଂ ସେମାନଙ୍କର ଭିନ୍ନ ଗୋତ୍ର ରହିଛି। ସେଥିରୁ ‘ଗରୁଡ଼’ ଏବଂ ‘ରୀଚ୍ଚ’ ଥିଲେ ରାମଙ୍କ ସେନାର ଅଂଶ ବିଶେଷ। ହନୁମାନ ନିଶ୍ଚୟ ଦଳିତ ନ ଥିଲେ।

ରାଜସ୍ତାନରେ ଏକ ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଙ୍କୁ ଦଳିତ ବୋଲି କହି ଥିଲେ।

ସମ୍ବନ୍ଧିତ ଖବର