ବାପାଙ୍କ ନାଆଁ ଏହି ରାଜ୍ୟର ନାମ, ଆଉ ପୁଅର ରାଜଧାନୀର

ଭୋପାଳ: ମଧ୍ୟ ପ୍ରଦେଶର ରାଜଧାନୀ ହେଉଛି ଭୋପାଳ।ଏକଥା ସମସ୍ତଙ୍କୁ ଜଣା। ଏହି ରାଜ୍ୟରେ ରହୁଥିବା ଜଣେ ଲୋକଙ୍କର ନାମ ମଧ୍ୟ ପ୍ରଦେଶ ସିଂହ। ଏବେ ସେ ନିଜ ପୁଅର ନାମ ଭୋପାଳ ରଖି ଚର୍ଚ୍ଚାରେ ଅଛନ୍ତି। ମଧ୍ୟ ପ୍ରଦେଶ ସିଂହ ଝାବୁଆର ଏକ କଲେଜରେ ପ୍ରଫେସରଭାବେ କାର୍ଯ୍ୟରତ। ସେ ଜଣେ ଭୂଗୋଳ ଶିକ୍ଷକ।

କିଛି ଦିନତଳେ ସେ ନିଷ୍ପତ୍ତି ନେଇଥିଲେ ଯେ ମଧ୍ୟ ପ୍ରଦେଶର ରାଜଧାନୀର ନାମ ଅନୁସାରେ ପୁଅର ନାମ ଭୋପାଳ ସିଂହ ରଖି ରଖିବେ। ଆଉ ତିନିମାସ ତଳେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବା ପରେ ସେ ପୁଅର ନାମ ବି ରଖିଛନ୍ତି ଭୋପାଳ ସିଂହ।

Image result for madhya pradesh
image source-thrilopillia

ମଧ୍ୟ ପ୍ରଦେଶ ସିଂହଙ୍କୁ ଏହି ନାମ ତାଙ୍କ ବାପା ଦେଇଥିଲେ ବି ସେ  ନିଜ ନାମକୁ ନେଇ ସନ୍ତୁଷ୍ଟ ନ ଥିଲେ । ତେଣୁ ସେ ପୂର୍ବରୁ ଯୋଜନା କରିଥିଲେ ଯେ, ଯଦି ପୁଅ ହେବ ତେବେ ତା’ ନାଁ ମଧ୍ୟ ପ୍ରଦେଶର ରାଜଧାନୀର ନାମ ଅନୁସାରେ ଭୋପାଳ ସିଂହ ରଖିବେ ବୋଲି କହିଛନ୍ତି।
ମଧ୍ୟପ୍ରଦେଶ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ସେ ଖୁସି ନ ଥିଲେ ହେଲେ ଏବେ ପୁଅ ନାଆଁ ଭୋପାଳ ଦେଇ ଖୁବ୍ ଖୁସି ଅଛନ୍ତି।

ସମ୍ବନ୍ଧିତ ଖବର