ନା ବିମାନ ନା ଟ୍ରେନ୍, କେବଳ କାରରେ ଭାରତରୁ ଏହି ଦେଶକୁ ଆପଣ ଯାଇପାରିବେ

ନୂଆଦିଲ୍ଲୀ: ବୁଲିବାକୁ କିଏ ବା ପସନ୍ଦ ନକରେ। ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ଟିକିଏ ସମୟ ବହାର କରି ଲୋକେ ପରିବାର ବା ବନ୍ଧୁମାନଙ୍କ ସହ ବୁଲିବାକୁ ଯିବାକୁ ପସନ୍ଦ କରିଥାନ୍ତି। ହେଲେ ବେ‌ଳେ ବେଳେ ବାହାରକୁ ଯିବା ପାଇଁ ବିମାନ ବା ଟ୍ରେନରେ ଯାତ୍ରା କରିବାକୁ ପଡ଼ୁଥିବାରୁ ପସନ୍ଦ ଲୋକେ ମନକୁ ମାରି ଘରେ ବସିପଡ଼ିଥାନ୍ତି। ଅନେକ ସମୟରେ ବାହାର ଦେଶକୁ ଯିବାକୁ କିଛି ଲୋକ ଇଚ୍ଛା କରୁଥିଲେ ବି ବିମାନ ଭଡ଼ା ଏବଂ ଭିସା କରିବାକୁ ସମୟ ଲାଗୁଥିବାରୁ ଦେଶ ଭିତରେ ହିଁ ବୁଲିବାକୁ ନିଷ୍ପତ୍ତି ‌ନିଅନ୍ତି। ହେଲେ ୭ଟି ଏଭଳି ଦେଶ ରହିଛି, ଯେଉଁଠାକୁ ଆପଣ ନିଜ କାରରେ ଯାତ୍ରା କରିପାରିବେ। ଆସନ୍ତୁ ଜାଣିବା ସେହି ୭ଟି ଦେଶ ମଧ୍ୟରେ କେଉଁ ଦେଶ ସବୁ ରହିଛି।

୧. ନେପାଲ: ଆପଣ ନିଜ କାରରେ ନେପାଳ ଯାଇପାରିବେ। ଏଥିପାଇଁ ଆପଣଙ୍କୁ ଅଲଗା ଡ୍ରାଇଭିଂ ଲାଇସେନ୍ସ କରିବାକୁ ପଡ଼ିବ ନାହିଁ। ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ବ୍ୟବହାର କରି ଆପଣ ନେପାଳ ଯାଇପାରିବେ। ଏହା ସହ ନେପାଳ ଯିବାକୁ ଆପଣଙ୍କୁ ଭିସା କରିବାର କୌଣସି ଆବଶ୍ୟକତା ନାହିଁ।

୨. ଥାଇଲାଣ୍ଡ: ବିମାନ ବଦଳରେ ଆପଣ କାରରେ ଥାଇଲାଣ୍ଡ ଯାଇପାରିବେ। ଏଠାକୁ ଯିବା ପାଇଁ ଆପଣଙ୍କୁ ଭିସା ଏବଂ ଏକ ସ୍ୱତନ୍ତ୍ର ଅନୁମତି ନେବାକୁ ହେବ। ଦିଲ୍ଲୀରୁ ଥାଇଲାଣ୍ଡର ଦୂରତା ୪,୧୩୮କିଲୋମିଟର ହୋଇଥିବା ଆପଣଙ୍କୁ ଥାଇଲାଣ୍ଡରେ ପହଞ୍ଚିବାକୁ ୭୫ଘଣ୍ଟା ସମୟ ଲାଗିବ।

ଏହା ସହ ଆପଣ ଭୂଟାନ, ମାଲେସିଆ, ତୁର୍କୀ, ଶ୍ରୀଲଙ୍କା ଏବଂ ବାଙ୍ଗଲାଦେଶକୁ ‌ମଧ୍ୟ କାର ମାଧ୍ୟମ‌ରେ ଯାତ୍ରା କରିପାରିବେ। ବାଙ୍ଗଲାଦେଶ ଯିବା ପାଇଁ ହେଲେ ଆପଣଙ୍କ ପାସପୋର୍ଟ ନେବାକୁ ପଡିବ। ଏହା ବ୍ୟତୀତ ଭାରତୀୟମାନେ ବାଂଲାଦେଶ ଦୂତାବାସରୁ ସହଜରେ ଭିସା ପାଇପାରିବେ। ସେହିଭଳି ମାଲେସିଆ ଯିବାକୁ ହେଲେ ଆପଣଙ୍କ ମିଆଁମାର ଓ ଥାଇଲାଣ୍ଡ ଦେଇ ଯିବାକୁ ହେବ। ଏଥିପାଇଁ ଭିସା, ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ପାସପୋର୍ଟର ଆବଶ୍ୟକତା ପଡ଼ିବ।

ଶ୍ରୀଲଙ୍କା ଯିବା ପାଇଁ ଆପଣଙ୍କୁ ୬ଟି ରାଜ୍ୟ ଅତିକ୍ରମ କରିବାକୁ ପଡ଼ିବ। ୬ଟି ରାଜ୍ୟ- ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଦେଇ ତାମିଲନାଡୁ‌ରେ ପହଞ୍ଚିବା ପରେ ଆପଣ ତୁତିକୋରିନ୍ ବନ୍ଦରରୁ ଶ୍ରୀଲଙ୍କାର କଲମ୍ବୋ ବନ୍ଦରକୁ ଏକ ଫେରି (ଡଙ୍ଗା) ନେଇପାରିବେ।

ସେହିପରି ତୁର୍କୀ ଯିବା ପାଇଁ ଆପଣ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିପାରିବେ। ନୂଆଦିଲ୍ଲୀ- ଲାସା(ତିବ୍ଦତ)- ଚୀନ୍- କିର୍ଗିଜସ୍ଥାନ- ଉଜବେକିସ୍ତାନ- ତୁର୍କମେନିସ୍ତାନ- ଇରାନ ଦେଇ ଆପଣ ତୁର୍କୀରେ ପହଞ୍ଚିପାରିବେ।

ତେବେ ଏହି ଯାତ୍ରା ପାଇଁ ସମୟ ଲାଗୁଥିଲେ ବି ଆପଣ ରାସ୍ତାରେ ପଡ଼ୁଥିବା ବିଭିନ୍ନ ସ୍ଥାନର ମଜା ନେଇପାରିବେ।

ସମ୍ବନ୍ଧିତ ଖବର