ବେଲ ପତ୍ର କାହିଁକି ଶିବଙ୍କର ଅତ୍ୟନ୍ତ ପ୍ରିୟ?

ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହେଲା ବେଲ ପତ୍ର । ଏହା ବେଲ ଗଛର ପତ୍ର। ହିନ୍ଦୁମାନଙ୍କ ପାଇଁ ବି ଏହା ତୁଳସୀପରେ ଅନ୍ୟ ଏକ ପବିତ୍ର ପତ୍ର। ସୋମବାର ଦିନ ଏହାର ସବୁଠାରୁ ଅଧିକ ଆବଶ୍ୟକତା ପଡ଼ିଥାଏ। କାରଣ ଏହି ଦିନ ଭଗବାନ ଶିବଙ୍କଠାରେ ଚଢ଼ା ଯାଇଥାଏ। ଏକ ପୌରାଣିକ ମାନ୍ୟତା ଅନୁଯାୟୀ ବେଲପତ୍ରର ପୂଜା ଲକ୍ଷ୍ମୀଙ୍କ କୃପାରେ ଐଶ୍ୱର୍ଯ୍ୟ ଓ ଧନସଂପତ୍ତି ଇତ୍ୟାଦି ବୃଦ୍ଧି ପାଇଥାଏ । କୁହାଯାଏ ଯେ ସମୁଦ୍ର ମନ୍ଥନ କାଳରେ ଦେବୀ ଲକ୍ଷ୍ମୀ ଯେତେବେଳେ ପ୍ରକଟ ହୋଇଥିଲେ, ସେତେବେଳେ ଲକ୍ଷ୍ମୀଙ୍କ ସ୍ୱାମୀ ହେବା ପାଇଁ ଦେବ-ଦାନବଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେହି ସମୟରେ ଦେବୀ ବେଲପତ୍ର ବୃକ୍ଷରେ ସମୟ ବିତାଇଥିଲେ ଏବଂ ପରେ ଶ୍ରୀହରି ବିଷ୍ଣୁଙ୍କୁ ନିଜର ସ୍ୱାମୀ ରୂପେ ବରଣ କରିଥିଲେ । ଏହି କାରଣରୁ ବେଲ ଗଛକୁ ‘ ଶ୍ରୀବୃକ୍ଷ’ ବୋଲି ମଧ୍ୟ କୁହାଯାଇଥାଏ ।

photo-youtube

ଆହୁରି ମଧ୍ୟ କୁହାଯାଇଥାଏ ଯେ ଦେବୀ ଲକ୍ଷ୍ମୀ ଓ ଶିବ ଉପାସନାର ବିଶେଷ ତିଥି ହେଉଛି ନବମୀ ଓ ଚତୁର୍ଦ୍ଦଶୀ । ଏହି ତିଥିମାନଙ୍କରେ ବିଶେଷ ମନ୍ତ୍ର ସହିତ ବେଲ ପତ୍ର ସହିତ ପୂଜା କରିଲେ ମନୁଷ୍ୟର ପାପ ଓ ଦାରିଦ୍ର୍ୟ ନାଶ ହୋଇଯାଇଥାଏ ଏବଂ ସେ ବୈଭବଶାଳୀ ହୋଇଥାଏ । ଏହି ପୂଜା ଲକ୍ଷ୍ମୀକୃପାର କାମନା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରଯୁଜ୍ୟ । ଏବେ ଜାଣନ୍ତୁ ବିଶେଷ ମନ୍ତ୍ର ସହିତ ବେଲପତି, ପୂଜାର ସରଳ ଉପାୟ-ପ୍ରାତଃ କାଳରେ ସ୍ନାନ ପରେ ଲାଲ କିମ୍ବା ଧଳା ବସ୍ତ୍ର ପିନ୍ଧି ବେଲପତ୍ରର ବୃକ୍ଷଙ୍କୁ ପୂଜାରେ ଚନ୍ଦନ, ଫୁଲ ଓ ଫୁଲମାଳା, ଫଳ,ବସ୍ତ୍ର , ରାଶି, ଖାଦ୍ୟ ଶସ୍ୟ  ଅର୍ପଣ କରନ୍ତୁ । ଧୂପ ଓ ଦୀପ ଜଳାଇ ପୂଜା କରନ୍ତୁ । ମନ୍ତ୍ର ପୂଜା ପରେ ଲକ୍ଷ୍ମୀଙ୍କ କୃପା କାମନା ସହିତ ଆରତୀ କିମ୍ବା ଲକ୍ଷ୍ମୀ ଆରତୀ ମଧ୍ୟ କରନ୍ତୁ ଏବଂ ବେଲ ପତ୍ର ବୃକ୍ଷର ପରିକ୍ରମା କରନ୍ତୁ ।

ସମ୍ବନ୍ଧିତ ଖବର