ହନୁମାନ ବିଶାଳ ପର୍ବତକୁ ଧରି ଉଡୁଥିବାର ଦେଖି କ’ଣ ଭାବିଥିଲେ ଭରତ? 

ରାମାୟଣ ଅନୁସାରେ,ହନୁମାନ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ପରମ ଭକ୍ତ। ଯେଉଁ ସମୟରେ ରାମ ବନବାସ କରୁଥିଲେ ସେତେବେଳେ ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା।  ସେହି ଯୁଦ୍ଧ ବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଦଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳି ପଡ଼ିଥିଲେ। ମେଘନାଦ ହେଉଛି ରାବଣର ପୁଅ। ତେଣୁ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି ବୁଟି ଆଣିବାକୁ ପର୍ବତ ଉପରକୁ ଗଲେ। ହେଲେ ସେ ସେଠାରେ ସେ ବହୁତ ଔଷଧୀୟ ବୃକ୍ଷକୁ ଦେଖିଲେ।

photo-pintrest

ଏଥିମଧ୍ୟରୁ କେଉଁଟି ସଂଜିବନୀ ତାହା ଜାଣି ପାରି ନଥିଲେ।ଫଳସ୍ୱରୂପ ମହବଳୀ ଭଗବାନ ବଜରଙ୍ଗବାଲୀ ସେହି ପର୍ବତକୁ ହିଁ ନିଜର ହାତ ସାହାଯ୍ୟରେ ଉଠାଇ ଆଣିଥିଲେ। ହେଲେ ହନୁମାନ ଯେତେବେଳେ ତାଙ୍କ ହାତରେ ବିଶାଳ ପର୍ବତକୁ ଧରି  ଅଯୋଧ୍ୟା ଉପରରେ ଉଡିଲେ ,ସେତେବେଳେ ଆକାଶ ମାର୍ଗରେ ହନୁମାନଙ୍କର ଏହି ବିଶାଳକାୟ ରୂପକୁ ଦେଖି ଭରତ ତାଙ୍କୁ କୌଣସି ଏକ ରାକ୍ଷସ  ମନେ କରି ତାଙ୍କୁ ବାଣ ମାରି ଦେଲେ, ଯାହାଦ୍ୱାରା କି ଭଗବାନ ଭରତଙ୍କ ସେହି ବାଣରେ  ହନୁମାନଜୀ ଆଘାତ ହୋଇ ମାଟି ଉପରେ ପଡ଼ିଗଲେ। ଏହାପରେ ଭରତ ହନୁମାନଙ୍କ ପାଖକୁ ଯାଇ ସେ ଯେ ରାମଙ୍କ ଭକ୍ତ ବୋଲି ଜାଣି ତୁରନ୍ତ ହିଁ ତାଙ୍କୁ ସୁସ୍ଥ କରି ଦେଇଥିଲେ।

 

ସମ୍ବନ୍ଧିତ ଖବର