ସେନସେକ୍ସ, ନିଫଟି ଐତିହାସିକ ସ୍ତରରେ, ନିବେଶକଙ୍କ ଲାଭ ୪ ଲକ୍ଷ କୋଟି

ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ପାଇଁ ଗୁରୁବାର ( ୨୩ ମେ) ଏକ ଐତିହାସିକ ଦିନ ସାବ୍ୟସ୍ତ ହୋଇଛି । ଆଜି ଷ୍ଟକବଜାରରେ ବଡ଼ ଧରଣର ଉତ୍ସହ ଦେଖିବାକୁ ମିଳିବା ସହ ସେନସେକ୍ସ ଓ ନିଫଟି ଏକ ନୂଆ ଉଚ୍ଚତାରେ ବନ୍ଦ ହୋଇଛନ୍ତି ।

ବିଏସଇ ସେନସେକ୍ସ ପ୍ରାୟ ୧୧୯୭ ପଏଣ୍ଟ ବୃଦ୍ଧି ପାଇ ୭୫୪୧୮.୦୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଏନଏସଇ ନିଫଟି ୩୬୯.୯୦ ପଏଣ୍ଟ ବୃଦ୍ଧି ପାଇ ୨୨,୯୬୭ ପଏଣ୍ଟରେ ବନ୍ଦ ହୋଇଛି ।

ଆଜିର ଏହି ବୃଦ୍ଧି ଫଳରେ ନିବେଶକମାନଙ୍କ ପ୍ରାୟ ୪ ଲକ୍ଷ ୧୫ ହଜାର କୋଟି ଟଙ୍କାର ଲାଭ ହୋଇଛି । କାରଣ ବିଏସଇ ରେ ତାରିକାଭୁକ୍ତ ଷ୍ଟକମାନଙ୍କ ମାର୍କେଟ କ୍ୟାପ୍ ୪୨୦.୦୯ ଲକ୍ଷ କୋଟିରେ ପହଞ୍ଚିଛି । ଆଜି ବଜାର ଖୋଲିବାବେଳକୁ ଏସବୁ ଷ୍ଟକଗୁଡ଼ିକର ମୋଟ ମାର୍କେଟ କ୍ୟାପ୍ ୪୧୫ ଲକ୍ଷ କୋଟି ଥିଲା ।

ଅନ୍ତର୍ଜାତୀୟ ବଜାରର ପ୍ରଭାବ ଏବଂ ଦେଶରେ ପୁଣି ଥରେ ମୋଦୀ ସରକାର ଆସିବା ସମ୍ଭାବନା ମଧ୍ୟରେ ବଜାରରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି କାରଣରୁ ସେନସେକ୍ସ ଓ ନିଫଟିରେ ବୃଦ୍ଧି ଦେଖାଦେଇଛି ।

ସମ୍ବନ୍ଧିତ ଖବର