ହ୍ୟାଣ୍ଡିକ୍ୟାପ୍‌ ସ୍ନକର: ଦ୍ୱିତୀୟ ଦିନରେ ଅକାଶ ଶ୍ରେଷ୍ଠ

ଭୁବନେଶ୍ୱର: ଭିଣ୍ଟେଜ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ନିଖିଳ ଓଡ଼ିଶା ହ୍ୟାଣ୍ଡିକ୍ୟାପ୍‌ ସ୍ନକର ପ୍ରତିଯୋଗିତାର ଶୁକ୍ରବାର ଦ୍ୱିତୀୟ ଦିନରେ ଆକାଶ ମହାପାତ୍ର ଖେଳିଥିବା ୨ଟି ଯାକ ମ୍ୟାଚ୍‌ ଜିତି ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସେ ବରୁଣ ନାୟକ ଏବଂ ରଂଜିତ ପତିଙ୍କୁ ସମାନ ୨-୦ ଲେଖାଏଁରେ ହରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ମହାନ୍ତି ୨-୧ରେ ରୋହିତ ଶର୍ମାଙ୍କୁ, ଶ୍ୟାମ ଅଗ୍ରଓ୍ଵାଲ ୨-୧ରେ ଆକ୍ରମ ଖାନ୍‌ଙ୍କୁ, ଅଜୟ ଆଚାର୍ଯ୍ୟ ୨-୧ରେ ସୁମନ ପଟ୍ଟନାୟକଙ୍କୁ, ନିଶାନ୍ତ ବିଶ୍ୱାଳ ୨-୦ରେ ସଚି ମହାପାତ୍ରଙ୍କୁ, ଅମିୟ ନାୟକ ୨-୧ରେ ଅଜୟ ଆଚାର୍ଯ୍ୟଙ୍କୁ, ସଚି ମହାପାତ୍ର ୨-୦ରେ ନିଶି ପ୍ରକାଶଙ୍କୁ, ଜିତେନ୍‌ ଷଡ଼ଙ୍ଗୀ ୨-୧ରେ ଯଯାତି ପଣ୍ଡାଙ୍କୁ, ଅନୁଜ ପଣ୍ଡା ୨-୦ରେ ଅର୍ପିତ ଜେନାଙ୍କୁ, ସୁବ୍ରତ ଦାସ ୨-୦ରେ ଗଡଓ୍ଵିନ୍‌ କୁଲୁଙ୍କୁ, ଜିତେନ୍‌ ଷଡ଼ଙ୍ଗୀ ୨-୧ରେ ଜ୍ଞାନ ଦାସଙ୍କୁ, ସମୀର ଅଲ୍ଲୀ ୨-୧ରେ ପାରସ ରାଉତରାୟଙ୍କୁ, ସୁବ୍ରତ ଦାସ ୨-୦ରେ ବିରାଜ ଦାସଙ୍କୁ, ଜିତେନ୍‌ ଷଡ଼ଙ୍ଗୀ ୨-୦ରେ ରାକେଶ ବାରିକଙ୍କୁ, ସୁବ୍ରତ ଦାସ ୨-୦ରେ ରୋହିତ ଶର୍ମାଙ୍କୁ, ସୁମନ ପଟ୍ଟନାୟକ ୨-୦ରେ ସିଦ୍ଧାନ୍ତ ବସ୍ତିଆଙ୍କୁ, ଅମିୟ ନାୟକ ୨-୧ରେ ସୁମନ ପଟ୍ଟନାୟକଙ୍କୁ, ଆକ୍ରମ ଖାନ୍‌ ୨-୧ରେ ରାକେଶ ମହାନ୍ତିଙ୍କୁ, ସତ୍ୟଜ୍ୟୋତି ମହାନ୍ତି ୨-୧ରେ ବରୁଣ ନାଏକଙ୍କୁ ଏବଂ ସୌଭାଗ୍ୟ ବେହେରା ୨-୦ରେ ଗୋବିନ୍ଦ ଶର୍ମାଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର