ଧୂଆଁମୟ କଳିଙ୍ଗ କଂପ୍ଲେକ୍ସ

କିଟ ନିୟନ୍ତ୍ରଣ ପାଇଁ ସିଞ୍ଚନ ହେଉଥିବା ରସାୟନିକ ତରଳ ସହ ମଶାଙ୍କୁ ହକି କଂପ୍ଲେକ୍ସଠାରୁ ଦୂରେଇ ରଖିବା ଲାଗି ମଶାଧୂଆଁ ପାଇଁ କୋରିଆ ଖେଳାଳିମାନେ ସୋମବାର ସଂଧ୍ୟାରେ ଆଉଟୁ ପାଉଟୁ ହୋଇ ଯାଇଥିଲେ। ତା’ ସହ ଷ୍ଟାଡିୟମରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ହକି ପ୍ରେମୀ ମଧ୍ୟ ଅଣନିଶ୍ୱାସୀ ହୋଇ ଯାଇଥିଲେ। ତେବେ ମାତ୍ରାଧିକ କିଟ ପତଙ୍ଗ ଉଡ଼ୁଥିବାର ଅଭିଯୋଗ କେତେକ ଦଳର ଖେଳାଳି କରିଥିବାରୁ ଏଭଳି ନିରନ୍ତର ଧୁଆଁ ଛଡ଼ା ଯାଉଥିଲା ବୋଲି ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର