ଆଇପିଏଲ୍‌-୨୦୨୪: ଏଲିମିନେଟରରେ ବେଙ୍ଗାଲୁରୁ ବିପକ୍ଷରେ ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୪ର ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଉଭୟ ରାଜସ୍ଥାନ ଓ ବେଙ୍ଗାଲୁରୁ ବିଜୟୀ ହେବା ପାଇଁ ଉଦ୍ୟମ କରିବେ। ଏହି ମ୍ୟାଚର ବିଜେତା ମେ’ ୨୪ ତାରିଖରେ କ୍ବାଲିଫାୟର-୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଚେନ୍ନାଇରେ ମୁକାବିଲା କରିବେ। ସେହିପରି ୨୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ।

ଆଇପିଏଲ୍‌ର ଚଳିତ ସଂସ୍କରଣରେ ରାଜସ୍ଥାନ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍‌ ଖେଳି ସାରିଛି। ସେଥିରୁ ୧୬ଟି ମ୍ୟାଚ୍‌ ଜିତିସାରିଛି। ୫ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ରାଜସ୍ଥାନକୁ ଏପର୍ଯ୍ୟନ୍ତ ୧୭ ପଏଣ୍ଟ ମିଳିଛି।

ସେହିପରି ବେଙ୍ଗାଲୁରୁ ଟିମ୍‌ ମଧ୍ୟ ୧୪ଟି ମ୍ୟାଚ୍‌ ଖେଳିସାରିଛି। ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ବାକି ୭ଟି ମ୍ୟାଚ୍‌ରେ ପରାଜିତ ହୋଇ ୧୪ ପଏଣ୍ଟ ହାସଲ କରିଛି।

ସମ୍ବନ୍ଧିତ ଖବର