ଏହି ଭୁଲ ପାଇଁ ଆଇପିଏଲରୁ ନିଲମ୍ବିତ ହେଲେ ଋଷବ ପନ୍ତ !

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲସକୁ ଲାଗିଲା ବଡ ଝଟକା | ନିଲମ୍ବିତ ହେଲେ ଅଧିନାୟକ ଋଷବ ପନ୍ତ | ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି |

ସୂଚନା ମୁତାବକ, ଆଇପିଏଲର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଆଇପିଏଲର ୫୬ତମ ମ୍ୟାଚ୍ ସମୟରେ ପନ୍ତଙ୍କ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଧୀର ଓଭର ହାରରେ ବୋଲିଂ କରିଥିଲା ​​| ଏହି ମ୍ୟାଚ୍ ମେ’ ୭, ୨୦୨୪ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଲାଯାଇଥିଲା | ଚଳିତ ସିଜିନରେ ତୃତୀୟ ଥର ଏଭଳି ଭୁଲ କରିଥିବାରୁ ଋଷବ ପନ୍ତଙ୍କୁ ଏଭଳି ଦଣ୍ଡ ମିଳିଛି |

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିଛନ୍ତି। ଆଇପିଏଲ-୨୦୨୪ରୁ ସେ ପୁଣି ନିଜ ଯାତ୍ରା ଆରମ୍ଭ କରିଛନ୍ତି |

ସମ୍ବନ୍ଧିତ ଖବର