ସାଇ କଟକ, ଓଡ଼ିଶା ପୁଲିସ, ସ୍ପୋର୍ଟସ ଓଡ଼ିଶା, ଆର୍‌ଡୋର୍‌ ବିଜୟୀ

ଫାଓ ଅନ୍ତଃକ୍ଲବ୍‌ ଫୁଟ୍‌ସାଲ୍‌ ଉଦ୍‌ଘାଟିତ

କଟକ: ଫୁଟ୍‌ବଲ ଆସୋସିଏସନ୍ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ଅନ୍ତଃକ୍ଲବ୍‌ ଫୁଟ୍‌ସାଲ୍‌ ପ୍ରତି‌ଯୋଗିତା ଗୁରୁବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନ ଉତ୍ସବରେ ଓଡ଼ିଶା କ୍ରୀଡା ଓ ଯୁବ ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବେ ଫାଓ ସଂପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ଦିଲୀପ କୁମାର ସାହୁ, ବିଜୟ ଦାସ, ଦୁଇ ଯୁଗ୍ମ ସଂପାଦକ ଅଭିଜିତ ପାଲ ଓ ସହିଦ ଜବାର ଯୋଗଦେଇଥିଲେ।

ପ୍ରଥମ ଦିନ ସାଇ କଟକ ୩-୧ ଗୋଲ୍‌ରେ ବିଡାନାସୀ କ୍ଲବ୍‌କୁ, ଓଡ଼ିଶା ପୁଲିସ ୫-୨ରେ କିଟ୍‌-କିସକୁ, ଆରଡୋର୍‌ ଫୁଟ୍‌ବଲ୍‌ ଏକାଡେମୀ ୨୧-୦ରେ ବାମଣ୍ଡା ଅଗ୍ରଗତି କ୍ଲବ୍‌କୁ, ସ୍ପୋର୍ଟସ ଓଡ଼ିଶା ୪-୧ରେ ରାଧାରମଣ କ୍ଲବ୍‌କୁ ଏବଂ ଓଡ଼ିଶା ପୁଲିସ ୪-୩ରେ ବିଡାନାସୀ କ୍ଲବ୍‌କୁ ପରାସ୍ତ କରିଥିଲା। ଆସନ୍ତାକାଲି ବିଡାନାସୀ କ୍ଲବ୍-କିଟ୍‌, ଆର୍‌ଡୋର୍‌ ଏକାଡେମୀ-ରାଧାରମଣ କ୍ଲବ୍‌, ଓଜିପି କ୍ଲବ୍‌-ବାମଣ୍ଡା ଅଗ୍ରଗତି, ସାଇ କଟକ-ଫ୍ରେଣ୍ଡ୍‌ସ ପାରାଡାଇଜ ମୁକାବିଲା ହେବ।

ସମ୍ବନ୍ଧିତ ଖବର