ଟି-୨୦ ବିଶ୍ବକପ ସେମିଫାଇନାଲ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଗୁଏନା : ଗୁଏନାଠାରେ ଖେ​ଳାଯାଉଥିବା ଟି-୨୦ ବିଶ୍ବକପ୍ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

କିଛି ସମୟ ପୂର୍ବେ ଗୁଏନାର ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ଟି-୨୦ ବିଶ୍ବକପ୍ ସେମିଫାଇନାଲକୁ ନେଇ ଆଶଙ୍କା ଦେଖାଦେଇଥିଲା । ଆଉଟଫିଲ୍ଡ ଓଦା ଥିବାରୁ ଟସ ବିଳମ୍ବିତ ହୋଇଥିଲା । ଏହାକୁ ନେଇ କ୍ରିକେଟପ୍ରେମୀ ହତାସ ହୋଇପଡ଼ିଥିଲେ । କିନ୍ତୁ ସର୍ବଶେଷ ଖବର ଅନୁସାରେ ପାଗ ବଦଳିଯାଇଛି ଓ ଆକାଶରେ ସୂର୍ଯ୍ୟ ଦେଖାଦେଇଛନ୍ତି ଓ ପଡ଼ିଆରେ ଖରା ପଡ଼ୁଛି । ଏହା ମ୍ୟାଚ ହେବା ନେଇ ଶୁଭ ସଂକେତ । ପାଗ ଫିଟିବା ପରେ ଗ୍ରାଉଣ୍ଡସମ୍ୟାନମାନେ ପିଚ୍ ଉପରୁ ପାଲ ହଟାଇଦେଇଛନ୍ତି । ଏହା ସହିତ ଉଭୟ ଦଳର ଖେଳାଳିମାନେ ପଡ଼ିଆରେ ସାମାନ୍ୟ ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଅମ୍ପାୟାରମାନେ ପିଚ୍ ଓ ଆଉଟଫିଲଡ୍ ପରିଦର୍ଶନ କରିବା ପରେ ଖେଳ ଆରମ୍ଭ ହେବା ନେଇ ସନ୍ତୁଷ୍ଟ ହେବା ପରେ ଭାରତୀୟ ସମୟ ୮ଟା ୫୦ ମିନିଟ୍ ସମୟରେ ଟସ ହେବ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର