ବିରାଟଙ୍କୁ ଧମକ ଦେଇଛନ୍ତି କି ଆତଙ୍କବାଦୀ? ମ୍ୟାଚ୍ ପୂର୍ବରୁ ଅଭ୍ୟାସ ନକରିବାରୁ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)। ଏହି ମ୍ୟାଚକୁ ନେଇ ପ୍ରଶଂସକଙ୍କ ଉତ୍ସାହ ରହିଥିବା ବେଳେ ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ଆସିଛି। କୁହାଯାଉଛି ‌ଯେ, ବିରାଟ ଓ ଆରସିବି ଦଳକୁ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହି କାରଣରୁ ସେ ଅଭ୍ୟାସ କରିନାହାନ୍ତି।

ଆଜି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଥିବା ବେଳେ ଅଭ୍ୟାସ କରିନଥିଲା ଆରସିବି। ବିରାଟ କି ଅନ୍ୟ କୌଣସି ଖେଳାଳି ଅଭ୍ୟାସ ପାଇଁ ଆସିନଥିଲେ। ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଥିବାରୁ ଦଳ ଅଭ୍ୟାସ ନକରିବାକୁ ନିଷ୍ପତ୍ତି ନେଇଥିବା କଥା କୁହାଯାଉଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।

ସୂଚନା ମିଳିଛି ଯେ, ବିରାଟ ବା ଆରସିବିକୁ କୌଣସି ପ୍ରକାରର ଧମକ ମିଳିନାହିଁ। ଅଧିକ ଖରା ହେଉଥିବାରୁ ଆରସିବି ଟିମ୍ ଅଭ୍ୟାସ କରିବାକୁ ଆସିନଥିଲେ। ଅଭ୍ୟାସ ସମୟ ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଥିଲା। ହେଲେ ତାପମାତ୍ରା ୪୫ଡିଗ୍ରୀରୁ ଅଧିକ ଥିବାରୁ ଦଳ ଅଭ୍ୟାସ କରିବାକୁ ଇଚ୍ଛ‌ା ପ୍ରକାଶ କରିନଥିଲା।

ସମ୍ବନ୍ଧିତ ଖବର