ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ରଣ ନୀତି: କେଦାର ଯାଦବଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଗତକାଲି ବର୍ମିଙ୍ଗହାମ୍‌ଠାରେ ଇଂଲଣ୍ଡ ବିରୋଧରେ ଆଇସିସି ବିଶ୍ୱକପ୍‌ର ୩୮ ତମ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌  ପରାଜିତ ହେବା କ୍ରିକେଟର୍‌ କେଦାର ଯାଦବଙ୍କୁ ମହଙ୍ଗା ପଡ଼ିପାରେ। ଇଂଲଣ୍ଡ୍‌ ବିରୋଧରେ ଖେଳା ଯାଉଥିବା ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂରେ ଦଳକୁ  ଜିତାଇବା ସକାଶେ ବିଶେଷ ଆଗ୍ରହ ଦେଖିବାକୁ ମିଳି ନଥିଲା। ସେ ମନ୍ଥର ଗତିରେ ରନ ସଂଗ୍ରହ କରିବା ଦେଖାଯାଇଥିଲା। ଏହି କାରଣରୁ ତାଙ୍କୁ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍‌ ଦିଆ ଯାଇପାରେ।

କେବଳ ଯାଦବ ନୁହଁନ୍ତି, ଇଂଲଣ୍ଡ୍‌ ବିରୋଧରେ ଖେଳା ଯାଇଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନୀଙ୍କର ବି ଅନାଗ୍ରହ୍ୟ ଦେଖିବାକୁ ମିଳିିଥିଲା ବୋଲି ଚର୍ଚ୍ଚା ହେଉଛି।  ସେମାନେ ଖୁବ୍‌ ମନ୍ଥର ଗତିରେ ରନ୍‌ ନେଉଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ, ଏହି ସବୁ ଭୁଲ୍‌ ଆଗକୁ ପୁନର୍ବାର ନ ହେବା ସକାଶେ ବଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ଯାଦବଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଖେଳି ପାରନ୍ତି ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ରବିବାର ଇଂଲଣ୍ଡ୍‌ ବିରୋଧରେ ଖେଳା ଯାଉଥିବା ମ୍ୟାଚ୍‌ରେ ଯେତେବଳେ କେଦାର ଯାଦବ ଧୋନୀଙ୍କୁ ସାଥ୍‌ ଦେବାକୁ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳକୁ ଭାରତ ଜିତିବାକୁ ୫.୧ ଓଭର୍‌ରେ ୭୧ ରନ୍‌ ଆବଶ୍ୟକ କରୁଥାଏ।

ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ଯୋଡ଼ି ୭ଟା ଡଟ୍‌ ବଲ୍‌ ଖେଳିବା ସହ ୨୦ଟି ସିଙ୍ଗ୍‌ଲ ରନ୍‌ ନେଇଥିଲେ। ମିଳିତ ଭାବେ କରିଥିଲେ ମାତ୍ର ୩୧ ରନ୍‌। ଶେଷ ଓଭର୍‌ରେ ଧୋନୀ କେବଳ ଗୋଟିଏ ଛକା ମାରିଥିଲେ।

ସେମିଫାଇନାଲ୍‌ରେ ଏ ପର୍ଯ୍ୟନ୍ତ ଭାରତ ସ୍ଥାନ ପାଇନାହିଁ। ବାଂଲାଦେଶକୁ ହରାଇବା ଉପରେ ହିଁ ଭାରତର ଭାଗ୍ୟ ନିର୍ଭର କରୁଛି। ବାଂଲାଦେଶଠାରୁ ଖେଳ ଜିଣିବା ପରେ ଯାଇ ଭାରତ ଶ୍ରେଷ୍ଠ ୪ ଦଳ ଭିତରେ ସ୍ଥାନ ପାଇବ। ଏସବୁକୁ ଦୃଷ୍ଟିରେ ରଖି କେଦାର ଯାଦବଙ୍କୁ ବସାଇ ତାଙ୍କ ସ୍ଥାନରେ ଜାଡେଜାଙ୍କୁ ଖେଳାଇବାକୁ ଚିନ୍ତା କରାଯାଉଛି।

ସମ୍ବନ୍ଧିତ ଖବର