ଖାଦାନ ହାଟରେ ଦୁଇବଖରା ଜଳିଗଲା

ହାଟଡିହି: ହାଟଡିହି ବ୍ଲକ୍‌ ବାଙ୍ଗୋର ପଞ୍ଚାୟତର ଖାଦାନ ହାଟରେ ଥିବା ମୁନା ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳେ କୌଣସି କାରଣରୁ ମୁନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା।

ଏଥିରେ ତାଙ୍କର ଦୁଇବଖରା ଘର ସମେତ ଧାନଚାଉଳ ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଆଗରପଡ଼ା ଓ ଛେନାପଦିରୁ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର