୨୫ କେଜି ଗଂଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଟାଟା ମୋଟର୍ସ ନିକଟରେ ଢ଼ଉ କରି ୨୫ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରିଛନ୍ତି ।

ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ସୂଚନାନୁସାରେ, କୌଣସି ସୂତ୍ରରୁ ଖବର ପାଇ ଆଜି ମଧ୍ୟାହ୍ଣରେ ଏସ୍ଆଇ ସସ୍ମିତା ବେହେରା, ଏସ୍ଆଇ ଅଂଜଳୀ ମଲ୍ଲିକ ଓ ଏସ୍ଏସ୍ଆଇ ଏକେ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ଉପରୋକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ଏହି ସମୟରେ ଅଭିଶେକ ବେଉରାଙ୍କୁ ଗିରଫ କରାଯାଇଥିଲା । ସେ ଏକ ହିରେହୋଣ୍ଡା ସ୍କୁଟି (ଓଡି୦୫ଏଏମ୍୫୬୧୭)ରେ ଗଂଜେଇ ନେଇ ଭୁବନେଶ୍ୱର ଯାଉଥିଲେ । ଗାଡ଼ି ସହ ୨୫.୨୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ାରୁ ତଳକୁସୁମ ଗାଁ । ତାଙ୍କ ବିରୋଧରେ ୩୯୬/୨୦୨୨ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର