ତେଲକୋଇ ରେଞ୍ଜରେ ୪୦ ହାତୀ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ୪୦ଟି ହାତୀ ବୁଲୁଛନ୍ତି। ଏଥିରେ ୧୦ଟି ଦନ୍ତା, ୧୭ ମାଈ ଓ ୧୩ ଛୁଆହାତୀ ଅଛନ୍ତି। ଏହି ହାତୀ ଗୁଡ଼ିକ ୩ଟି ଦଳରେ ଭାଗ ହୋଇ ବୁଲୁଛନ୍ତି। ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଣୀବେଡ଼ା ସଂରକ୍ଷିତ ଜଙ୍ଗଲରେ ୨୩ଟି, ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲର ପୁରୁଷୋତ୍ତମପୁର ନିକଟରେ ୧୪ଟି ଓ ତେଲକୋଇ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଦୋବଲାପାଳ ପିଆର୍‌ଏଫ୍‌ରେ ୩ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସନ୍ଧ୍ୟା ନ ହେଉଣୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି।

ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଗତକାଲି ଅପରାହ୍‌ଣ ୪ଟାବେଳେ ୧୪ ଟିକିଆ ହାତୀପଲ ଆକୁଳ-ଭୀମକାଣ୍ଡ ରାସ୍ତା ଦେଇ ପୁରୁଷୋତ୍ତମପୁର ଅଞ୍ଚଳକୁ ଯାଇଛନ୍ତି। ଏହିପଲରେ ଛୋଟଛୋଟ ଛୁଆହାତୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଅନ୍ୟ ହାତୀ ଗୁଡ଼ିକ ହିଂସ୍ର ହୋଇପଡ଼ିଛନ୍ତି। ହାତୀ ରହୁଥିବା ଜଙ୍ଗଲକୁ ଲୋକେ ନଯିବା ଏବଂ ରାତିରେ ସତର୍କତା ଅବଲମ୍ବନ କରିବାକୁ ରେଞ୍ଜର ଶିବାଜୀମୋହନ ରାଓ ଜନସାଧାରଣଙ୍କ ସତର୍କ କରିଛନ୍ତି।

ସମ୍ବନ୍ଧିତ ଖବର