ରାଜଘାଟ ସାହିତ୍ୟଘର ପକ୍ଷରୁ ‘ଭ୍ରମଣ ସାହିତ୍ୟ’ କାର୍ଯ୍ୟକ୍ରମ

ରାଜଘାଟ: ରାଜଘାଟ ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଏକ ‘ଭ୍ରମଣ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ସାହିତ୍ୟଘରର ସଭାପତି ସୁଶାନ୍ତ କୁମାର ପରିଡ଼ାଙ୍କ ତତ୍ତ୍ବାବଧାନରେ ଏକ କବିତା ଆସର ହୋଇଥିଲା। ସାହିତ୍ୟଘର ସଦସ୍ୟ ରତ୍ନାକର ଗିରି, ପୁଷ୍ପାଞ୍ଜଳି ଭୂୟାଁ, ସରସ୍ବତୀ କର, ମନ୍ମଥ ସାହୁ, ମାଳତୀ ସାହୁ, ସବିତା ରାଣୀ ସାହୁ, ମାଳତୀଲତା ମହାପାତ୍ର, ଦୀପାଳି କର, ସର୍ବେଶ୍ୱର ଆଚାର୍ଯ୍ୟ, ପ୍ରତିଭା ଆଚାର୍ଯ୍ୟ, ରବୀନ୍ଦ୍ର ନାଥ ବେହେରା, ଆରତୀ ବେହେରା, ବାସନ୍ତୀ ସାହୁ, ବିକର୍ତ୍ତନ କବି, ରାଧାରାଣୀ କବି, ରାଜକୁମାର ବେହେରା, ସନ୍ୟାସୀ ପ୍ରଧାନ, କ୍ରିଷ୍ଣା ପରିଡ଼ା, ସୁବୋଧ ମିଶ୍ର, ଜୟନ୍ତୀ ମିଶ୍ର ନିଜ ନିଜର କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ପାଦକ ପ୍ରଶାନ୍ତ କୁଣ୍ଡ, ସହ-ସମ୍ପାଦକ ବରେନ୍ଦ୍ର କୁମାର ସାହୁ, ସଂଯୋଜକ ବଂଶୀଧର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନ, ସଭ୍ୟ ଅମରନାଥ ମହାପାତ୍ର ପରିଚାଳନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନରେନ୍ଦ୍ର ଗୁଞ୍ଜରୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ପତି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର