କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ମୂଲ୍ୟକୁ ୨୨ ଥର ବୃଦ୍ଧି କରିଥିବା ନେଇ ଅଭିଯୋଗ କରିଛନ୍ତି ବିଜୁ ମହିଳା ଜନତା ଦଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ଏକ ମହାଦୁର୍ନୀତି ବୋଲି ବିଜୁ ମହିଳା ଜନତା ଦଳ କହିଛି। କେନ୍ଦ୍ର ସରକାରଙ୍କ ବହୁ ପ୍ରସାରିତ ଏହି ଯୋଜନା ଓଡ଼ିଆ ମହିଳାଙ୍କ ପ୍ରତି ବିଶ୍ୱାସଘାତକ କହିବା ସହିତ ପେଟ୍ରୋଲ, ଡିଜେଲ ପରି ରନ୍ଧନ ଗ୍ୟାସ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଲୋକେ ଗ୍ୟାସ କିଣିବା ପାଇଁ ସକ୍ଷମ ହେଉନାହାନ୍ତି । ଉଜ୍ଜଳା ଯୋଜନାର ସବସିଡ଼ି ଅର୍ଥ ଠିକ୍‌ ରୂପେ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହି ଯୋଜନା ସଫଳ ହୋଇଛି ବୋଲି କେନ୍ଦ୍ର ସରକାର ଢ଼େଣ୍ଡୁରା ପିଟୁଛନ୍ତି ହେଲେ ଏବେର ସ୍ଥିତିରୁ ଜଣାପଡ଼ୁଛି ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି ବିଜୁ ମହିଳା ଜନତା ଦଳ।

ଏପରି ଯୋଜନା ପାଇଁ ସରକାର ଯେଉଁ ପ୍ରକାର ପଦକ୍ଷେପ ନେବା ଉଚିଚ ତାହା ସରକାର ନେଇନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ରନ୍ଧନ ଗ୍ୟାସ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଓଡ଼ିଶାର ଗରିବ ମହିଳାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ମେ ୨୦୧୪ ରୁ ୨୦୧୭ ମଧ୍ୟରେ ଗୋଟିଏ ସିଲିଣ୍ଡର ପିଛା ଥିବା ଦର ୧୬ପ୍ରତିଶତ ବୃଦ୍ଧିପାଇଛି । ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ୨୦୧୪ରୁ ଏପର୍ଯ୍ୟନ୍ତ ରନ୍ଧନ ଗ୍ୟାସ ମୂଲ୍ୟ ୨୨ ଥର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧିତ ଖବର