ସାମ୍ବାଦିକଙ୍କୁ ପୁଲିସ୍‌ର ଆକ୍ରମଣକୁ ନିନ୍ଦା        

ସମ୍ବଲପୁର: ବରଗଡ଼ ସହରରେ ଧନୁଯାତ୍ରାର ଅନ୍ତିମ ଦିବସରେ କାର୍ଯ୍ୟରତ ଦୈନିକ ସମ୍ବାଦପତ୍ର ‘ସକାଳ’ର ପ୍ରତିନିଧି ବଦ୍ରିପ୍ରସାଦ ସାହୁଙ୍କୁ ପୁଲିସର ଆକ୍ରମଣ ଘଟଣା ନେଇ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ପ୍ରତି ପୁଲିସର ଅମାନୁଷିକ ବ୍ୟବହାରକୁ ତୀବ୍ର ନିନ୍ଦା କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ, ଦାମୋଦର କର ଓ ଶଙ୍କର ବେହେରା ମଂଚାସୀନ ଥି‌ଲେ।

ବିମଳ କୃଷ୍ଣ ଥମ୍ବ, ପ୍ରମୋଦ ବହିଦାର, ନରେଶ ସେଠ୍‌‌, ଦେବେନ ପଟେଲ ପ୍ରମୁଖ ଗଣମାଧ୍ୟମ ପ୍ରତି ପୁଲିସର କଣ୍ଠରୋଧ ଓ ଅମାନୁଷିକ ବ୍ୟବହାର କୌଣସି କ୍ଷେତ୍ରରେ ସହନୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ପୁଲିସ ଅଧିକାରୀଙ୍କୁ ଗିରଫ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ସାମ୍ବାଦିକଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ବିଧାନ ସଭାରେ ପାରିତ କରିବାପାଇଁ ଦାବି କରାଯାଇଥିଲା। ଏ ସଂପର୍କରେ ସାମ୍ବାଦିକ ସଂଘ ପକ୍ଷରୁ ଆର୍‌‌ଡିସିଙ୍କୁ ଲିଖିତ ଭାବେ ଅବଗତ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସୁବ୍ରତ ମହାନ୍ତି, ରତ୍ନାକର ଭୋଇ, ଶ୍ରବଣ ପତି, ନିମାଇଁ ସାହୁ, ପ୍ରୀତି ସୁନା, ସତ୍ୟଜିତ ମହାପାତ୍ର, ମନୋଜ ନାୟକ, ମାନସ ସାହୁ, ଅମଳେନ୍ଦୁ ନ‌ାୟକ, ଜ୍ୟୋତିରଞ୍ଜନ ନାୟକ, ତେଜସ୍କର ମହାପାତ୍ର, ଧର୍ମେନ୍ଦ୍ର ପଟ୍ଟନାୟକ, ନରସିଂହ ବଗର୍ତ୍ତୀ, ମଳୟ ଭୋଇ, ରୋହିତ ସିଂ, ଚୈତନ୍ୟ ନାୟକ, ନବୀନ ଦାଶ, ଦୁର୍ଗାଶଙ୍କର ବାଗ, ନିଉଟନ ରାୟ, ବି. ମିଶ୍ର ଓ ସଞ୍ଜୟ ଜେନା ପ୍ରମୁଖ ସଭାରେ ଉପସ୍ଥିତ ରହି ଏହି ଘଟଣାର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର