ବ୍ରାଉନ ସୁଗାର ଜବତ, ୨ ଗିରଫ

ପାଣିକୋଇଲି,: ପାଣିକୋଇଲି ପୁଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ମହିନ୍ଦ୍ରା ସୋରୁମ ନିକଟ ଏକ ଦୋକାନରେ ଚଢ଼ଉ କରି ୩.୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ପାଣିକୋଇଲି ଥାନା ବଡ଼ବିରୁହାଁ ବେଙ୍ଗମାଧବପୁର ଗ୍ରାମର ଅଭିମନ୍ୟୁ ପଣ୍ତା (୪୭) ଓ ଭଦ୍ରକ ପୁରୁଣାବଜାର ଥାନା କୁଆଁସର ଏକେ ରିଆଜ (୨୭)। ଅଭିମନ୍ୟୁକୁ ଭଦ୍ରକର ରିଆଜ ବ୍ରାଉନସୁଗାର ଯୋଗାଇଥାଏ।

ପୁଲିସ ଏନେଇ ୬/୨୩​ରେ ଏକ ମାମଲା ରୁଜୁ କରି ଭଦ୍ରକ ଯାଇ ଏକେ ରିଆଜ (୨୭)କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ ଦଫା ୨୧(ଏ)/୨୯ ଏନଡିପିସି ଆକ୍ଟରେ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଚିନ୍ମୟୀ ବେହେରା ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇବା ପରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲଙ୍କ ନିର୍ଦେଶରେ ଏହି ଚଢ଼ଉ​ ହୋଇଥିଲା।

ସମ୍ବନ୍ଧିତ ଖବର